ଭୁବନେଶ୍ୱର,୧୬/୧୦: ଜନ୍ମଦିନରେ ରାଜନୀତି ମଇଦାନ କମ୍ପାଇବେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଜନ୍ମଦିନରେ ନବୀନ ରାଜଧାନୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି । ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଙ୍ଗନଗର ପଲ୍ଲୀରେ ବିଜେଡି ପଦଯାତ୍ରାରେ ନବୀନ ଯୋଗଦେବେ । ଏଥିପାଇଁ ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିରାଟ ଆୟୋଜନ କରାଯାଉଛି । ଭୁବନେଶ୍ୱରର ତିନୋଟି ଯାକ ନିର୍ବାଚନମଣ୍ଡଳୀରୁ ବିଜେଡି ନେତା, କର୍ମୀମାନେ ଏଥିରେ ଯୋଗଦେବେ ।
ଗତ ଜୁନ୍ ମାସରେ ଅସୁସ୍ଥ୍ତା ପରଠାରୁ ନବୀନ ଦଳୀୟ କାର୍ଯ୍ୟକ୍ରମରେ ବିଶେଷ ଯୋଗ ଦେଇପାରି ନଥିଲେ । ସୁସ୍ଥ ହୋଇ ପୁଣି ସେ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ ବିଜେଡି କର୍ମୀଙ୍କ ଭିତରେ ଉତ୍ସାହ ବଢ଼ିଛି ।