ପାଟଣାଗଡ଼, ୩/୧୦ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଦଳ ତରଫରୁ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳୀୟ କର୍ମୀ ଓ ନେତାମାନେ ଭଇଁଷା ବଜରଙ୍ଗ ଛକ ନିକଟରେ ଏକତ୍ରିତ ହୋଇଥିଲେ। ପରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମେହେରଙ୍କ ନେତୃତ୍ବରେ ପଦଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲେ।

ପୂର୍ବରୁ ବିଜେଡି ସରକାର କରିଥିବା ବିଭିନ୍ନ ପ୍ରକାର ଜନହିତକର କାମକୁ ନେଇ ଲୋକଙ୍କୁ ଅବଗତ କରାଯାଉଛି ବୋଲି ଶ୍ରୀ ମେହେର ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମକୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ, ଏନଏସି ଏବଂ ପଞ୍ଚାୟତସ୍ତରୀୟ ନେତା, କର୍ମୀ ସାମିଲ ହୋଇଥିଲେ।