ବଡ଼ମ୍ବା,୧୧/୧୦: ବଡ଼ମ୍ବା ଥାନା ପୁଲିସ ହେପାଜତରୁ ଚମ୍ପଟ ମାରିଥିବା ୱାରେଣ୍ଟ ଅଭିଯୁକ୍ତ ଶେଷଦେବ ସାହୁ ଗିରଫ ହୋଇଛି । ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ସୂଚନା ମୁତାବକ ୨୦୧୯ ମସିହାର ଏକ ଚୋରି ମାମଲାରେ ଅଭିଯୁକ୍ତ ଥିବା ଶେଷଦେବକୁ ଗତ ୮ ତାରିଖ ଦିନ ପୁଲିସ ଗିରଫ କରିଥିଲା । କୋର୍ଟଚାଲାଣ କରାଯିବା ପୂର୍ବରୁ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଶେଷଦେବକୁ ନିଆଯାଇଥିବା ବେଳେ ପୁଲିସକୁ ଚକମା ଦେଇ ଖସି ପଳାଇଥିଲା । ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ଶେଷଦେବକୁ ଗିରଫ କରିବାରେ ସଫଳ ହୋଇଥିବା ଜଣା ପଡ଼ିଛି ।
ଶୁକ୍ରବାର ସନ୍ଧ୍ୟାରେ ସମ୍ପୃକ୍ତ ଅଭିଯୁକ୍ତ ଶେଷଦେବକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତା ନାମରେ ବିଭିନ୍ନ ଥାନାରେ ପୂର୍ବରୁ ହତ୍ୟା ଡକାୟତ, ବୋମାମାଡ଼, ଚୋରି ଭଳି ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।