ନୂଆଦିଲ୍ଲୀ,୨୧।୭: ୟୁପିଆଇ ଭାରତରେ ଡିଜିଟାଲ ପେମେଣ୍ଟର ପଦ୍ଧତି ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏବେ ଯଦି ଇଣ୍ଟରନେଟ୍ ନଥିବାେ ତେବେ ବି ୟୁପିଆଇରୁ ପେମେଣ୍ଟ କରିବାର ରାସ୍ତା ଖୋଲି ପାରିବ। ନିକଟରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଛି ସେ ଏଭଳି ନୂଆ ଟେକ୍ନୋଲୋଜି ଉପରେ କାମ କରୁଛି, ଯାହାଫଳରେ ବିନା ଇଣ୍ଟରନେଟ୍ରେ ମଧ୍ୟ ଦୋକାନ, ଫ୍ଲାଇଟ୍ ଓ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋରେ ୟୁପିଆଇ ପେମେଣ୍ଟ କରିହେବ। ଯଦି ଏହି ସୁବିଧା ଆରମ୍ଭ ହୁଏ, ତେବେ ଖରାପ ନେଟଓ୍ବର୍କ କିମ୍ବା ଇଣ୍ଟରନେଟ୍ ନହେବା କାରଣରୁ ପେମେଣ୍ଟ ଫେଲ୍ ହେବାର ସମସ୍ୟା ଦୂର ହୋଇଯିବ।
କିଭଳି କାମ କରିବ ନୂଆ ସିଷ୍ଟମ ?
ମିଡିଆ ରିପୋର୍ଟ ଅନୁସାରେ, ଏହି ନୂଆ ଫିଚର ନିୟମ ଫିଲ୍ଡ କମ୍ୟୁନିକେସନ୍ ଉପରେ ଆଧାରିତ ହେବ। ଅର୍ଥାତ ଆପଣଙ୍କୁ ‘କ୍ୟୁଆର କୋଡ୍’ ସ୍କାନ୍ କରିବାର ଦରକାର ପହିନବନି। ଆପଣଙ୍କୁ ଏନ୍ଏଫସି ସପୋର୍ଟ କରୁଥିବା ସ୍ମାର୍ଟଫୋନକୁ ମେସିନ୍ ସହ ଟ୍ୟାପ୍ କରିବାକୁ ହେବ ଓ ପେମେଣ୍ଟ ହୋଇଯିବ। ସବୁଠାରୁ ଖାସ୍ କଥା ଯେ, ଏହି ସମୟରେ ଆପଣଙ୍କ ଫୋନରେ ଇଣ୍ଟରନେଟ୍ର ଦରକାର ପଡିବନି। ସେଭଳି ଦୋକାନରେ ପିଓଏସ୍ ମେସିନ୍ ବି ପେମେଣ୍ଟ କରିପାରିବେ।
ପ୍ରାରମ୍ଭିକ ଭାବରେ, ଥରକେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିବା ସମ୍ଭବ ହେବ। ଇଣ୍ଟରନେଟ୍ ସହିତ ଲିଙ୍କ ଥିବା ସମୟରେ ୟୁଜରଙ୍କୁ ପ୍ରଥମେ ସେମାନଙ୍କର UPI ଲାଇଟ୍ ୱାଲେଟରେ ଟଙ୍କା ଲୋଡ୍ କରିବାକୁ ପଡିବ। ପରେ, ଇଣ୍ଟରନେଟ୍ ବିନା ଏହି ବାଲାନ୍ସରୁ ପେମେଣ୍ଟ କରାଯାଇପାରିବ। ଏପରି ସେଟିଂସ୍ ମଧ୍ୟ ଉପଲବ୍ଧ ହେବ ଯାହା ସର୍ବଦା UPI PIN ପକାଇବାକୁ ବି ପଡିବନି।
ବିମାନ ଓ ମେଟ୍ରୋରେ ହେବ ସବୁଠୁ ଅଧିକ ଲାଭ
ଆଜି ବି ବହୁବାର ବିମାନରେ କିମ୍ବା ଅଣ୍ଡରଗ୍ରାଉଣ୍ଡ ମେଟ୍ରୋରେ ଇଣ୍ଟରନେଟ୍ ଚାଲିନଥାଏ। ଏଭଳି ସ୍ଥିତିରେ ଡିଜିଟାଲ ମେମେଣ୍ଟ କରିବା କଷ୍ଟକର ହେବ। NPCI ର ଏହି ଫିଚର ବିଶେଷ ଭାବରେ ଆଣିବାକୁ ଯାଉଛି। ଯେଉଁଠି ନେଟଓ୍ବର୍କ ନାହିଁ, ସେହି ସ୍ଥାନରେ ଏହାକୁ ବ୍ୟବହାର କରିହେବ। NPCI ଖୁବ୍ ଶୀଘ୍ର ଏଭଳି ଟର୍ମିନାଲ୍ସର ସାର୍ଟିଫିକେସନ୍ ଆରମ୍ଭ କରିପାରେ। ଏହାପରେ ବ୍ୟାଙ୍କ ଓ ୟୁପିଆଇ ଆପ୍ କମ୍ପାନୀ ମଧ୍ୟ ନିଜର ଆପ୍ରେ ଏଭଳି ସୁବିଧା ଯୋଡି ପାରିବେ।
କେବେ ହେବ ଲଞ୍ଚିଂ ?
ବର୍ତ୍ତମାନ ଏହି ଫିଚର ଡେଭଲପମେଣ୍ଟ ଷ୍ଟେଜ୍ରେ ରହିଛି ଓ ଏବେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇନି। ଏନ୍ପିସିଆଇ ପକ୍ଷରୁ ଏହାର ଅଫିସିଆଲ ଲଞ୍ଚ ଡେଟ୍ର ଘୋଷଣା କରାଯାଇ ନାହିଁ। ତେବେ ରିପୋର୍ଟ ଅନୁସାରେ, ଏହି ଟେକ୍ନୋଲୋଜି ଉପରେ ଦୃତ ଗତିରେ କାମ ଚାଲିଛି ଓ ଆଗାମୀ ସମୟରେ ଏହାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯାଇପାରେ।
ଆହୁରି ପଢନ୍ତୁ : ବେସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ଗିଗ୍ ଓ୍ବାର୍କର, ଏବେ ସମସ୍ତଙ୍କୁ ମିଳିବ ପେନସନ୍ : ଇପିଏଫ୍ର ମାଷ୍ଟରପ୍ଲାନ