ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ୟୁପିଆଇ (UPI) ସେଟଲମେଣ୍ଟ ସିଷ୍ଟମରେ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ଯାହା ଅନୁଯାୟୀ, ନଭେମ୍ବର ୩ ତାରିଖରୁ ଅଥରାଇଜ୍ ଓ ଡିସପ୍ୟୁଟ୍ ସେଟେଲମେଣ୍ଟକୁ ଅଲଗା ଅଲଗା କରାଯିବା। ଏନପିସିଆଇର ସୂଚନା ଅନୁସାୟୀ, ଏହି ପଦକ୍ଷେପ ଫଳରେ ପେମେଣ୍ଟ ସିଷ୍ଟମର କାର୍ଯ୍ୟପ୍ରଣାଳୀ ଉତ୍ତମ ହେବ ଏବଂ ପ୍ରତିଦିନ ହେଉଥିବା ସେଟେଲମେଣ୍ଟ ପ୍ରକ୍ରିୟା ସମୟରେ ପୂରଣ ହୋଇପାରିବ।

ଏପର୍ଯ୍ୟନ୍ତ ୟୁପିଆରେ ଦିନକୁ ୧୦ଟି ସେଟେଲମେଣ୍ଟ ସାଇକେଲ ରହିଆସିଛି।ଯେଉଁଥିରେ ଅଥରାଇଜ୍ ଏବଂ ଡିସପ୍ୟୁଟ୍ ଦୁଇ ପ୍ରକାରର ନେଣ- ଦେଣ ସାମିଲ ରହିଥାଏ। କିନ୍ତୁ ବର୍ତ୍ତମାମ ନୂଆ ନିୟମ ଅନୁସାରେ ୧ରୁ ୧୦ ନମ୍ବର ପର୍ଯ୍ୟନ୍ତ ସାଇକେଲରେ କେବଳ ଅଥରାଇଜ ଟ୍ରାଞ୍ଜାକ୍ସନ ହିଁ ସାମିଲ ହେବ। ଏହି ସାଇକେଲରେ କୌଣସି ବି ଡିସପ୍ୟୁଟ ପ୍ରୋସେସ କରାଯିବନାହିଁ। କଟ- ଓଭର ଟାଇମିଂ ଏବଂ ଆରଟିଜିଏସ ପୋଷ୍ଟିଂ ଟାଇମଲାଇନ ପୂର୍ବଭଳି ରହିବ।

ଏହା ପରେ ୧୧ ଓ ୧୨ ନମ୍ବର ସାଇକେଲକୁ କେବଳ ଡିସପ୍ୟୁଟ୍ ଟ୍ରାଞ୍ଜାକ୍ସନ ପାଇଁ ବ୍ୟବହାର କରାଯିବ।  ଅର୍ଥାତ ବିବାଦ ସହ ଜଡ଼ିତ ନେଣ ଦେଣ ଏହି ଦୁଇ ସାଇକେଲରରେ ପ୍ରୋସେସ ହେବ। ଏଥିପାଇଁ NTSL ଫାଇଲ ନେମିଂରେ DC1 ଏବଂ DC2ର ବ୍ୟବହାର ହେବ।ବାକି ନିୟମ ଯେପରିକି ଟାଇମିଂ, ରିକ୍ୟାନସିଲିଏସନ ରିପୋର୍ଟ ଏବଂ ଜିଏସଟି ରିପୋର୍ଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଏହା ସହ ଏନସିପିଆଇ ପର୍ସନ-ଟୁ-ପର୍ସନ (P2M) ଟ୍ରାଞ୍ଜାକ୍ସନ ଲିମିଟ୍ ମଧ୍ୟ ବଢ଼ାଇ ଦେଇଛି। ଏବେ ବିଶେଷ କାଟାଗୋରୀରେ ଗୋଟିଏ ଦିନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିହେବ। ଏହି ନିୟମ ସେପ୍ଟେମ୍ବର ୧୫ରୁ ଲାଗୁ ହୋଇସାରିଛି। ଏହାର ଉଦ୍ଦେଶ୍ୟ ବଡ଼ ପେମେଣ୍ଟକୁ ସହଜ କରିବା ଏବଂ ହାଇ- ଭାଲ୍ୟୁ ସେଗମେଣ୍ଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା। ଅବଶ୍ୟ ପର୍ସନ-ଟୁ-ପର୍ସନ (P2P) ଟ୍ରାଞ୍ଜାକ୍ସନର ସୀମା ଏବେବି ୧ ଲକ୍ଷ ଟଙ୍କା ପ୍ରତିଦିନ ରହିଛି।