ଭୁବନେଶ୍ବର ୧୬।୯: ମଙ୍ଗଳବାର ବସିବ ବିଜୁ ଜନତା ଦଳର ଶୃଙ୍ଖଳା କମିଟି ବୈଠକ । ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ଶୃଙ୍ଖଳା କମିଟି ବୈଠକ ବୈଠକ ବସିବ । ବୈଠକରେ ଶୃଙ୍ଖଳା କମିଟି ୭ ସଦସ୍ୟ ଉପସ୍ଥିତ ରହିବେ । ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ରଶେଖର ସାହୁ, ସାରଦା ଜେନା, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସି ପାତ୍ର, ରାଜଶ୍ରୀ ମଲ୍ଲିକ ଓ ପ୍ରଦୀପ ଅମାତ ପ୍ରମୁଖ ଉପସ୍ଥିତ ରହିବେ । ବୈଠକରେ ବିଶୃଙ୍ଖଳିତ ନେତାଙ୍କ ପାଇଁ  ଏସ୍‌ଓପି ପ୍ରସ୍ତୁତ କରିପାରେ ଶୃଙ୍ଖଳା କମିଟି । ନିଲମ୍ୱନ ତଥା କାର୍ଯ୍ୟାନୁଷ୍ଠାନ ଦାୟିତ୍ଵ ଜିଲ୍ଲା ସଭାପତିଙ୍କୁ ମିଳିପାରେ ବୋଲି କୁହାଯାଉଛି ।