ଫୁଲବାଣୀ, ୨୧/୧୦ : ଦୀପାବଳିର ଖୁସିର ମାହୋଲ ଭିତରେ ଅଘଟଣ। ବାଣରୁ ନିଆଁ ଲାଗି ଜଳିଗଲା ବାଇକ୍-ସ୍କୁଟି। ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଅମଲାପଡା ସାହିରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୋମବାର ରାତିରେ ଦୀପାବଳୀ ଅବସରରେ ବାଣଫୁଟା ଚାଲିଥିଲା। ସ୍ଥାନୀୟ ଅମଲାପଡା ଅନୀତା ବେକେରୀ ନିକଟରେ ଥିବା ଏକ ବାଇକ୍ ଉପରେ ନିଆଁ ଝୁଲ ପଡିଥିଲା। ଫଳରେ ବାଇକ୍ ସହିତ ପାଖରେ ଥିବା ଏକ ସ୍କୁଟିରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଆସି ତୁରନ୍ତ ନିଆଁ ଲିଭାଇଥିଲେ। ଫଳରେ ପାଖରେ ଥିବା ବେକେରୀ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ତେବେ ବାଇକ୍ ଓ ସ୍କୁଟି ସମ୍ପୂର୍ଣ୍ଣ ଜଳି ଯାଇଛି।