ଭୁବନେଶ୍ଵର, ୬/୯ : ସାବାଡ୍ ହେବେ ଅଳସୁଆ ଓ କାମ ଚୋର। ଆଉ ଖସି ପାରିବେନି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପଞ୍ଚାୟତିରାଜ ବିଭାଗର କର୍ମଚାରୀ। ବାୟୋମେଟ୍ରିକ୍ ଉପସ୍ଥାନ ହେବ ବାଧ୍ୟତାମୂଳକ। ସରକାରୀ କର୍ମଚାରୀଙ୍କୁ ସମୟାନୁବର୍ତ୍ତିତାର ପାଠ ପଢାଇବେ ସରକାର। କଡ଼ା ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର। ସମୟାନୁବର୍ତ୍ତିତା ଓ କାମରେ ସ୍ୱଚ୍ଛତା ଆଣିବାକୁ ସରକାରୀ କର୍ମଚାରୀଙ୍କୁ ତାଗିଦ୍।
ପଞ୍ଚାୟତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡିଓଙ୍କ ପାଇଁ ଏବେ ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ୍ ଉପସ୍ଥାନ। ଏଣିକି ସମସ୍ତ ଗ୍ରାମ ପଞ୍ଚାୟତ/ପଞ୍ଚାୟତ ସମିତି/ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ଲାଗିବ। ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟବ୍ୟାପୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟରେ ଶୃଙ୍ଖଳା ଏବଂ ପ୍ରତିକ୍ରିୟାଶୀଳତାର ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି। ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଅଫିସରେ ଯଥାଶୀଘ୍ର ବାୟୋମେଟ୍ରିକ୍ ଲଗାଇ ରିପୋର୍ଟ ଦେବାକୁ କୁହାଯାଇଛି।