ନୂଆପଡ଼ା ୨୦/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ରାଜନୀତି। ତିନ ଦଳର ପ୍ରଚାରରେ କମ୍ପୁଛି ନୂଆପଡ଼ା। ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନ ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। ଏହି ସମୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଟୁକୁନି ସାହୁ ଆଦି ନେତାମାନେ ଉପସ୍ଥିତ ରହିଛନ୍ତି। ପୂର୍ବରୁ ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ।
ସୂଚନା ଅନୁଯାଇ, ଆଜି ସକାଳେ ବିଜେଡ଼ି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ବିଶାଳ ରାଲିରେ ଆସିଥିଲେ ନୂଆପଡ଼ା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ। ପରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଟୁକୁନି ସାହୁ ଉପସ୍ଥିତିରେ ନିଜ ନାମାଙ୍କନ ଭରିିଥିଲେ ସ୍ନେହାଙ୍ଗିନୀ ଛୁରିଆ।
ରବିବାର ସକାଳେ ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କରିଥିଲେ ସେହ୍ନହାଙ୍ଗିନୀ। ପରେ ଅପରାହ୍ଣରେ କଣାଭଏଁରା ମନ୍ଦିରରେ ସ୍ନେହାଙ୍ଗିନୀ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ପରେ ଶୋଭାଯାତ୍ରା ସାରି ବିଜେଡ଼ି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ସମ୍ବୋଧନ କରିଥିଲେ । ସେ କହିଥିଲେ, ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆ ବିଜେଡିର ନେତା, ତାଙ୍କୁ ପ୍ରଣାମ । ତାଙ୍କ ଅବର୍ତ୍ତମାନରେ ଆଜି ନୂଆପଡ଼ାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି । ଅନ୍ୟଦଳ ବିଜେଡ଼ିକୁ ଦୁର୍ବଳ ଭାବୁଥିଲେ । ମାତ୍ର ବିଜେଡି ପ୍ରତି ବିପୁଳ ଜନସମର୍ଥନ ଦେଖି ସେମାନେ ଭୟଭୀତ । ନିଜ ପ୍ରାର୍ଥିତ୍ୱକୁ ନେଇ ସେ କହିଥିଲେ ‘ବିଜେପି କହୁଛି ମୁଁ ଉଡ଼ି ଆସିଛି, କାଲି ପଳେଇବି । ସେମାନେ ଜାଣିବା ଦରକାର ମୁଁ ବାହାରର ନୁହେଁ, ନୂଆପଡ଼ାର ଭାଣିଜୀ । ଏଠି ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ କାମ କରିଛି, ଆପଣଙ୍କ ସହ ମିଶିଛି । ମୁଁ ନବୀନ ବାବୁଙ୍କ ଆଦର୍ଶରେ ବଢ଼ିଥିବା ନେତା । ନୂଆପଡ଼ାବାସୀଙ୍କୁ କେବେ ଧୋକା ଦେବିନି ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ । ନୂଆପଡ଼ାରେ ସୁନାଦେଇ ମନ୍ଦିର ଉନ୍ନତିକରଣ, ବିଜୁ ଏକ୍ସପ୍ରେସ ୱେ ବିଜେଡ଼ି ସରକାର ଅମଳରେ ନିର୍ମାଣ ହୋଇଛି । ନୂଆପଡ଼ାର ସବୁ ଜନତାଙ୍କୁ ନବୀନ ବାବୁ ଭଲ ପାଆନ୍ତି । ଦଳରୁ କିଏ ଗଲା, କିଏ ଆସିଲା ତାହାର କୌଣସି ଅର୍ଥ ନାହିଁ । ଯିଏ ଗଲା ସେ ଗଲା । ମୁଁ ଆପଣଙ୍କୁ ମୋର ପରିବାର ବୋଲି ଭାବେ ବୋଲି ସ୍ନେହାଙ୍ଗିନୀ କହିଥିଲେ ।