ଜଳେଶ୍ଵର,୧୩/୦୭: ଯାତ୍ରୀବାହୀ ବସ୍‌କୁ ପଛପଟୁ ଧକ୍କା ଦେଲେ ଟ୍ରକ୍‌ । ଭାରସାମ୍ୟ ହରାଇ ଓଲଟି ପଡିଲା ୪୦ ରୁ ଉର୍ଦ୍ଧ୍ୱ ଲୋକ ଥିବା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୦ ରୁ ଅଧିକ ଗୁରୁତରଙ୍କୁ ଜଳେଶ୍ଵର ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗୀତାଞ୍ଜଳି ନାମକ ଘରୋଇ ବସ୍ ଭୋଗରାଇରୁ ଭାୟା ଜଳେଶ୍ଵର ଦେଇ ବାରିପଦା ଯାଉଥିଲା । ଏହି ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଚାଲନ୍ତି ଛକ ନିକଟରେ ୟୁ ଟର୍ନ ମାରିବା ସମୟରେ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଭାରସାମ୍ୟ ହରାଇ ବସ୍‌ଟି ଓଲୋଟି ପଡିଥିଲା । ବସ୍‌ରେ ୪୦ ରୁ ଅଧିକ ଯାତ୍ରୀ ଥିଲେ । ଏହା ଦେଖି ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଏହା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୨୦ ରୁ ଅଧିକ ଗୁରୁତରଙ୍କୁ ଜଳେଶ୍ଵର ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।