ନୂଆଦିଲ୍ଲୀ,୧୩/୦୯: ସୂର୍ଯ୍ୟଙ୍କ ବାହ୍ୟସ୍ତରରେ ଏକ ଗର୍ତ୍ତ ଚିହ୍ନଟ ହୋଇଛି । ଯାହା ଦେଖିବାକୁ ପ୍ରଜାପତି ଆକୃତିର । ଚଉଡା ପ୍ରାୟ ୫ ଲକ୍ଷ କିଲୋମିଟର ରହିଛି । ସେପ୍ଟେମ୍ବର ୧୧ରେ ଏହି ଫଟୋ ଉଠାଇଯାଇଛି । ଏହା ଦ୍ୱାରା ପୃଥିବୀ ଆଡକୁ ସୌର ଭବନର ଏକ ସ୍ରୋତ ପ୍ରବାହିତ ହେଉଥିବା ଜଣାପଡିଛି ।
ନାସାର ସୋଲାର ଡାଇନାମିକ୍ସ ଅବଜର୍ଭେଟୋରୀର ଅନୁଯାୟୀ,ସୂର୍ଯ୍ୟଙ୍କ ବାୟୁମଣ୍ଡଳରେ ସୃଷ୍ଟି ଏହି ଗର୍ତ୍ତ ମହାକାଶ ପାଣିପାଗକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ତେଣୁ ଏହା ବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ କରିଛି । ସୂର୍ଯ୍ୟଙ୍କ ବାହ୍ୟ ସ୍ତରରେ ଥିବା ଏହି ଛିଦ୍ରକୁ କୋରୋନାଲ ହୋଲ କୁହାଯାଏ । ଏହି ଅଞ୍ଚଳ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ଖୋଲିଥାଏ ଯାହା ଦ୍ୱାରା ସୋଲର ପବନକୁ ମହାକାଶକୁ ଯିବାକୁ ଅନୁମତି ଦିଏ । ଟେଲେସ୍କୋପ ଚିତ୍ରରେ କୋରୋନାଲ ହୋଲ କଳା ଦେଖାଏ ଯାଏ କାରଣ ଏଠାରେ ଗରମ ପ୍ଲାଜମା ନଥାଏ । ପ୍ରଜାପତି ଆକୃତିର ଗର୍ତ୍ତ ଏହାର ବିରାଟ ଆକାର ହେତୁ ଗୁରୁତ୍ୱପୂର୍ଣ୍ଣ, ଯାହା ପ୍ରାୟ ୫ ଲକ୍ଷ କିଲୋମିଟର ରହିଛି । କୋରୋନାଲ ଗର୍ତ୍ତ ଦେଇ ସୌର ପବନ ପୃଥିବୀ ଆଡକୁ ଗତି କରୁଥିବାରୁ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିପାରେ ।ବୈଜ୍ଞାନିକଙ୍କ ପୂର୍ବାନୁମାନ ଅନୁସାରେ ସୌର ପବନର ସ୍ରୋତ ଆସନ୍ତାକାଲି ପୃଥିବୀରେ ପହଞ୍ଚିବ । ଏହା ଭୂଚୁମ୍ବକୀୟ ଝଡ଼ ସୃଷ୍ଟି କରିପାରେ । ଯାହା ଉପଗ୍ରହ କାର୍ଯ୍ୟ ପ୍ରାଣାଳୀକୁ ପ୍ରଭାବିତ କରିବ