ଭୁବନେଶ୍ୱର ୨୭।୦୯ : ସମବାୟ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଦଶହରା ପର୍ବ ପୂର୍ବରୁ ମା ଦୁର୍ଗାଙ୍କୁ ମନେପକାଇ ଶାରଦୀୟ ଉତ୍ସବ ପାଳନ କରାଯାଇଛି। ଏହି ପାର୍ବଣ ଅବସରରେ ଅସତ୍ୟ ଉପରେ ସତ୍ୟର ବିଜୟର ସନ୍ଦେଶ ଦେବା ସହ ଏକତାର ସ୍ମରଣ କରାଯାଇଥିଲା । ଆଗାମୀ ଦିନ ଗୁଡ଼ିକରେ ସମସ୍ତ ସହକର୍ମୀଙ୍କ ନିମନ୍ତେ ଖୁସି ଓ ସମୃଦ୍ଧି ଆଣିବା ନିମନ୍ତେ ଆଶୁ କାମନା କରାଯାଇଥିଲା । ଏହି ଅବସରରେ ସମବାୟ ବିଭାଗ ସାଂସ୍କୃତିକ ପରିଷଦର ସଭାପତି କେ ରବିକୁମାର ଓ ସାଧାରଣ ସଂପାଦକ ଇଲାପ କୁମାର ସ୍ୱାଇଁ ଉପସ୍ଥିତ ରହି ସମସ୍ତ ସଭ୍ୟ ଓ ସଭ୍ୟମାନଙ୍କୁ ଉତ୍ସାହିତ କରିଥିଲେ।