ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ହେୟାର ଷ୍ଟାଇଲ, ଭିଡିଓ ହେଲା ଭାଇରାଲ...!

Published By : Bijay Swain | December 18, 2024 10:03 PM

ନୂଆଦିଲ୍ଲୀ: ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡାନାଲ୍ଡ ଟ୍ରମ୍ପ। ନିକଟରେ ଟ୍ରମ୍ପଙ୍କର ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଟ୍ରମ୍ପ ନୂଆ ହେୟାର ଷ୍ଟାଇଲରେ ଦେଖାଯାଇଛନ୍ତି। 

ଏହି ଭିଡିଓରେ ଫ୍ଲୋରିଡାର ୱେଷ୍ଟ ପ୍ଲାମ ବିଚରେ ଟ୍ରମ୍ପଙ୍କ ମାଲିକାନାରେ ଥିବା ଟ୍ରମ୍ପ ଇଣ୍ଟରନେସନାଲ ଗୋଲ୍ଡ କ୍ଲବରେ ଟ୍ରମ୍ପ ନିଜର ନୂଆ ହେୟାର ଷ୍ଟାଇଲରେ ବାହାରକୁ ଆସୁଥିବା ଦେଖାଯାଇଛି।




ଏହି ଭିଡିଓ ସୋଶିଆଲ ମିଡିଆରେ ଅପଲୋଡ ହେବା ପରେ ଲାକ୍ଷାଧିକ ଲୋକ ଏହାକୁ ଦେଖିବା ସହ ଏହା ଉପରେ ବିଭିନ୍ନ କମେଣ୍ଟ ଦେଇଛନ୍ତି। ସୂଚନା ଥାଉକି ଚଲିତ ଥର ଆମେରିକାରେ ହୋଇଥିବା ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚନ ହୋଇଛନ୍ତି। ସେ ଆସନ୍ତା ୨୦୨୫ ମସିହୀ ଜାନୁଆରି ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ। 

ରାଷ୍ଟ୍ରପତି ପଦ ପାଇଁ ମୋଟ ୨୭୦ଟି ଇଲେକ୍ଟୋରାଲ ଭୋଟ ଦରକାର ଥିବା ବେଳେ ଟ୍ରମ୍ପ ୨୯୫ଟି ଇଲୋକ୍ଟୋରାଲ ଭୋଟ ପାଇଛନ୍ତି। ତାଙ୍କ ପ୍ରତିନ୍ଦ୍ୱନ୍ଦୀ ଡେମୋକ୍ରାଟିକ ଦଳର କମଳା ହ୍ୟାରିସ ମୋଟ ୨୨୬ଟି ଇଲେକ୍ଟୋରାଲ ଭୋଟ ପାଇଛନ୍ତି। 

ଆମେରିକା ନିର୍ବାଚନୀ ଇତିହାସର ଗତ ଶହେ ବର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ରାଷ୍ଟପତି ଯିଏ ଲଗାତର ଦୁଇଥର ନିର୍ବାଚନ ଜିତି ନାହାନ୍ତି। ପ୍ରଥମେ ୨୦୧୭ ମସିହାରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥିଲେ। ଏହାପରେ ସେ ୨୦୨୧ର ରାଷ୍ଟ୍ରପତି ନିର୍ବାଚନ ହାରିଯାଇଥିଲେ। ଏବେ ପୁଣି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିଛନ୍ତି। ଯାହା ବିଗତ ଶହେବର୍ଷ ମଧ୍ୟରେ କେହି କରିନଥିଲେ। ୧୮୯୨ ମସିହାରେ ଗ୍ରୋଭର କ୍ଲେଭଲାଣ୍ଡ ଏହି ସଫଳତା ପାଇଥଲେ। ୭୮ ବର୍ଷ ବୟସରେ ଦ୍ୱିତୀୟ ନିର୍ବାଚନ ହାରି ତୃତୀୟ ନିର୍ବାଚନ ଜିତିଥିବା ସେ ଆମେରିକାର ପ୍ରଥମ ରାଜନୈତିକ ନେତା ଭାବେ ନିର୍ବାଚିତ ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.