ଫିରିଙ୍ଗିଆ, ୭/୧୧ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ୨ଦିନିଆ ରାଜ୍ୟସ୍ତରୀୟ କଳା ଉତ୍ସବ ଓ ସମୃଦ୍ଧି ୨0୨୫ଉଦଯାପିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗର ଆନୁକୂଲ୍ୟରେ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ସାଇ ସ୍ୱରୂପ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କଳା ଉତ୍ସବରେ ରାଜ୍ୟର ୨୭ଟି ଏକଲବ୍ୟ ବିଦ୍ୟାଳୟର ୩୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ l

ଉଦଘାଟନୀ ଉତ୍ସବରେ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଯୋଗଦେଇ ଉଦଘାଟନ କରିଥିବାବେଳେ ଫିରିଙ୍ଗିଆ ତହସିଲଦାର ଜ୍ୟୋତି ପ୍ରକାଶ ସେଠି, ଏକଲବ୍ୟ ବିଦ୍ୟାଳୟ ମହସିଂର ଅଧ୍ୟକ୍ଷ ଶିବରାମ ପାତ୍ର, ଡାମିଗାଁ ଏସଏସଡି ବିଦ୍ୟାଳୟର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସିଂ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କାହ୍ନୁ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଉଦଯାପନୀ ଅବସରରେ ଅତିଥି ଭାବେ ପୂର୍ବତନ ଫିରିଙ୍ଗିଆ ଏକଲବ୍ୟ ବିଦ୍ୟାଳୟ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସିଂ ଯୋଗଦେଇଥିବାବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି, ସାମ୍ବାଦିକ ସୁବ୍ରତ ମହାନ୍ତି, ସାମ୍ବାଦିକ ସୁଶାନ୍ତ ଦିଗାଲ ଯୋଗଦେଇଥିଲେ l

ବିଭିନ୍ନ ପ୍ରତିଯଗିତା ସହ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଏକଲବ୍ୟ ବିଦ୍ୟାଳୟର ଶିକ୍ଷକ ତନ୍ମୟ ରଞ୍ଜନ ସାହୁ, ଦେବାଶିଷ ଘୋଷ, ବିନୋଦ ପାଣିଗ୍ରାହୀ, ପ୍ରଦୀପ ଚୌହାନ, ମୂଳାରାମଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ତନ୍ମୟ ରଞ୍ଜନ ସାହୁ ଓ ଶିକ୍ଷକ ବିପିନ ପାଠକ ସମସ୍ତ ମଞ୍ଚ ପରିଚାଳନା କରିଥିଲେ l