ଓଡ଼ାପଡ଼ା,୭/୯: ରେଙ୍ଗାଳି ଦକ୍ଷିଣ କେନାଲରେ ଫସିଲା ହାତୀ। ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ହଳଦିଆବାହାଳରେ ଆଜି ସକାଳ ୬ ଘଟିକା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ହଳଦିଆବାହଳ ରେଙ୍ଗାଳି ଦକ୍ଷିଣ କେନାଲ ନିକଟରେ ହାତୀଟି ଦୀର୍ଘ ସମୟ ଧରି ଫସି ଧରି ରହିଥିଲା। ଏନେଇ ଖବର ପାଇ ବନ କର୍ମଚାରୀ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ହାତୀଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଥିବା ଜଣାପଡ଼ିଛି।