ଭୁବନେଶ୍ବର,୧୦/୯ : ପୂର୍ବରୁ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଛି । ଅମର ବାବୁ ବି ଓଜିପି ଆଞ୍ଚଳିକ ଦଳରେ ଥିଲେ । ହେଲେ ତା’ର ଅବସ୍ଥା କ’ଣ ହେଲା ସମସ୍ତେ ଜାଣନ୍ତି । ନବୀନ ବାବୁଙ୍କ ମ୍ୟାନେଜ ପାଇଁ ବିଜେଡିକୁ ବାରମ୍ବାର ସୁଯୋଗ ଦେଲେ ଓଡିଶାବାସୀ । ବିଜୁ ବାବୁ କହିଥିଲେ ଶହେ ଶୂନ ମିଶିଲେ ବି ଶୂନ  । ବିଜେଡିକୁ ଛାଡି ବିଜୁଙ୍କ ନାଁରେ ଯାହା ସଂଗଠନ ହୋଇଛି ସବୁ ଫ୍ରଡ଼ ।  

ସେହିଭଳି ସେ ନୂଆପଡ଼ା ଉପ ନିର୍ବାଚନରେ ଶତ ପ୍ରତିଶତ ଗ୍ୟାରେଣ୍ଟିର ସହ ବିଜେଡି ଜିତିକି ଆସିବ ବୋଲି କହିଛନ୍ତି । ଆପଣ ସମୟକୁ ଅପେକ୍ଷା କରନ୍ତୁ। ନୂଆପଡ଼ା ନିର୍ବାଚନମଣ୍ଡଳୀ ବିଜେଡି ଓ ନବୀନ ବାବୁଙ୍କ ସହ ଦୀର୍ଘ ଦିନ ଧରି ରହିଛି । ଆଗକୁ ବି ନୂଆପଡ଼ା ନିର୍ବାଚନମଣ୍ଡଳୀ ବିଜେଡି ସହ ରହିବ।