ପାଟଣାଗଡ଼, ୨୪/୧୦ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘର ଏନ୍ଏସିସ୍ଥିତ ଚିତାଡୁଙ୍ଗୁରିର ଦୂରରେ ଥିବା ଏକ ଆମ୍ବ ବଗିଚାଠାରେ ଶୁକ୍ରବାର ସଂଘର କାର୍ଯ୍ୟକାରୀଣି ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ବୈଠକରେ ପ୍ରଥମେ ସଂଘର ଆୟ ବ୍ୟୟ ଉପରେ ଆଲୋଚନା ହେବା ସହ ଖୁବଶୀଘ୍ର ବେଲପଡ଼ା ବ୍ଲକ ଉପାନ୍ତ ବାଗଦୋର ପଞ୍ଚାୟତରେ ଏକ ସ୍ଵାସ୍ଥ୍ୟ ଶିବିର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଏଥିପାଇଁ ସର୍ବସମ୍ବତି କ୍ରମେ ପ୍ରବିଣ କୁମାର ପୁରୋହିତକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ପରେ ସଂଘର ନୂତନ କର୍ମକର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରହଲ୍ଲାଦ ପାଢ଼ୀଙ୍କୁ ସଭାପତି, ସଦାଶିବ ସରାଫକୁ ସମ୍ପାଦକ, ପାଟଣାଗଡ଼ ପାଇଁ ଉପ ସଭାପତି ଭାବେ ସୁବୋଦ ମେହେର, ସହ ସମ୍ପାଦକ ଭାବେ ସୁବ୍ରତ ମହାକୁର, ଖପ୍ରାଖୋଲ ଓ ବେଲପଡ଼ା ପାଇଁ ଉପ ସଭାପତି ନରେନ୍ଦ୍ର ଭୋଇ ଓ ମେଘନାଦ ସାହୁ, କୋଷାଧ୍ୟକ୍ଷ ଭାବେ ବଂଶିଧର ସେଠ ଏଥିସହ କାର୍ଯ୍ୟକାରୀ କମିଟିରେ ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରବିଣ କୁମାର ପୁରୋହିତ, ଲଳିତ କୁମାର ମିଶ୍ର, ରଞ୍ଜନ ମେହେର, ମନୋଜ ମିଶ୍ର, ଅଭୟ ତ୍ରିପାଠୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଲେ ସଂଯୋଜକ ଭାବରେ ସୁନୀଲ କୁମାର ଚୋପଦାରକୁ ଦାୟିତ୍ବ ଦିଆଯାଇଥିଲା।
ଆଗାମୀ ଦିନରେ ସହରର ମୁଖ୍ୟରାସ୍ତା ଧୁମାଭଟା ଛକଠାରେ ନୂତନ ଭାବେ ଏକ ସାମ୍ବାଦିକ ଭବନ ନିର୍ମାଣ କରାଯିବାପାଇଁ ସ୍ଥିର କରାଯାଇଛି । ଆଜିର ବୈଠକରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପରେ ବିଭିନ୍ନ ବିଷୟକୁ ନେଇ ସଂଘରେ ଆଲୋଚନା ହେବା ସହ ପରିଶେଷରେ ସମ୍ପାଦକ ଶ୍ରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।