ତିଗିରିଆ, ୧୪/୧୦ : ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଦୁଇ ଯୁବକ ଗୁରୁତର। କଟକ ଜିଲ୍ଲା ତିଗିରିଆ ଥାନା ପୁରୁଣା ତିଗିରିଆରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ଜଳି ଯାଇଛି। 

ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୧୦ଟା ବେଳେ ପୁରୁଣା ତିଗିରିଆ ଗ୍ରାମର ଦୁଇ ଜଣ ଯୁବକ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଦୁଇ ଯୁବକ ଜଳି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କ ପରିବାର ଲୋକ ସେମାନଙ୍କୁ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ଜଳି ଯାଇଛି। ଘଟଣାସ୍ଥଳରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ଵଜିତ ମହାନ୍ତି ପହଞ୍ଚି ତିଗିରିଆ ଥାନା ପୁଲିସ ସହାୟତାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ​​​​​​​a