ପୁରୀ,୩୦/୧୦: ଖୁବଶୀଘ୍ର ଖୋଲିବ ପୁରୀର ଗୁଣ୍ଡିଚା ମନ୍ଦିର ତଥା ମହାପ୍ରଭୁଙ୍କ ଜନ୍ମସ୍ଥଳୀ। ଏହାକୁ ବୁଲି ଦେଖିପାରିବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ସେ ଏହି ସୂଚନା ଦେଇଛନ୍ତି। ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ। ସୁରକ୍ଷାରେ ୨୦ ଜଣ ଜେଟିପି ସ୍କ୍ବାଡ୍‌ ଜଗିବେ। ଏଥିପାଇଁ ମନ୍ଦିର ଚତୁଃପାର୍ଶ୍ବ ସଫା କରାଯିବ। ସମସ୍ତ ଦୋକାନ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।