ଭୂବନେଶ୍ୱର: ଓଡ଼ିଶାରେ ନିଜର ନୂଆ ମୋଟରସାଇକେଲ ଲଂଚ କଲା ହୋଣ୍ଡା ମୋଟର୍ସ। ଏହି ଦୁଇ ନୂଆ ବାଇକ୍ ହେଉଛି ସିବି୧୨୫ ହର୍ନେଟ ଏବଂ ଶାଇନ ୧୦୦ ।  ହୋଣ୍ଡା ମୋଟର୍ସ ଆଉ ସ୍କୁଟର ଇଣ୍ଡିଆ ଓଡ଼ିଶାର ଭୁବନେଶ୍ଵରରେ ଅଲ-ନିୟୁ ସିବି୧୨୫ ହର୍ନେଟ୍ ଏବଂ ଶାଇନ ୧୦୦ ଟିଏକ୍ଟର ବଜାର ପ୍ରବେଶ କରାଇଛି ।

ଅଲ-ନିୟୁ ହୋଣ୍ଡା ସିଡି୧୨୫ ହର୍ନେଟର ମୂଲ ୧,୧୨,୦୦୦ ଟଙ୍କା  ରଖାଯାଇଥିବାବେଳେ ଶାଇନ ୧୦୦ ଟିଏକ୍ସ ମୂଲ୍ୟ ୭୬, ୮୦୯ ଟଙ୍କା ରହିଛି । ସ୍ଥାନୀୟ ଏକ  ସପିଙ୍ଗ ମଲରେ ଏହାକୁ ଲୋକାର୍ପିତ କରିଛନ୍ତି ହୋଣ୍ଡା କମ୍ପାନୀର ରିଜିଅନାଲ ମ୍ୟାନେଜରଙ୍କ ସହ ଭୁବନେଶ୍ୱରର ଡିଲର ଗୁଗୁନାନୀ ଏବଂ ସିଭମ ହୋଣ୍ଡା ଶୋରୁମର ମାଲିକ ଉପସ୍ଥିତ ରହିଥିଲେ।

ସିଡି ୧୨୫ ହର୍ନେଟ୍‌ରେ ଦମଦାର ଷ୍ଟ୍ରିଟ-ଷ୍ଟାଇଲ ଡିଜାଇନ ରହିଛି ଏବଂ ଏହା ଚାରିଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ସେଗୁଡିକ ହେଉଛି- ଲେମନ୍ ଆଇସ୍ ୟେଲୋ ସହିତ ପର୍ଲ ସାଇରେନ୍ ବ୍ଲୁ, ପର୍ଲ ଇଗ୍‌ନେସ୍ ବ୍ଲାକ, ଆଥଲେଟିକ ବ୍ଲୁ ମେଟାଲିକ ସହିତ ପର୍ଲ ସାଇରେନ୍ ବ୍ଲୁ ଏବଂ ସ୍ପୋର୍ଟସ୍ ରେଡ ସହିତ ପର୍ଲ ସାଇରେନ୍ ବ୍ଲୁ। ଏଥିରେ ଏହି ଶ୍ରେଣୀରେ ପ୍ରଥମ ଗୋଲ୍ଡେନ ୟୁଏସ୍‌ଡି ସମ୍ମୁଖ ଫର୍କ, ଅଲ୍-ଏଲଇଡି ଲାଇଟିଂ ବ୍ୟବସ୍ଥା ଏବଂ ପ୍ରତିବନ୍ଧକଶୂନ୍ୟ ଦିଗ ନିର୍ଣ୍ଣୟ, କଲ୍ ଏବଂ ଏସଏମଏସ୍ ଆଲର୍ଟ ନିମନ୍ତେ ବ୍ଲୁଟୁଥ୍ ସମର୍ଥିତ ହୋଣ୍ଡା ରୋଜ୍‌ସିଙ୍କ୍ ସହିତ ଏକ ୪.୨ ଇଂଚ ଟିଏଫୁଟି ଡିସ୍ପ୍ଲେ ରହିଛି ।