ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭାରତର ପୁଣି ୱାଟର ଷ୍ଟ୍ରାଇକ୍‌ : ଚେନାବ ନଦୀ ପାଣି ରୋକିଲା

Published By : Ankita S | May 5, 2025 11:20 AM

ନୂଆଦିଲ୍ଲୀ,୦୫/୦୫: ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି । କଠୋର ନୀତି ଆପଣାଇ ଗୋଟିଏ ପରେ ଗୋଟିଏ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ଭାରତ । ସଦ୍ୟ ଘଟଣାରେ ପାକ୍‌ ଉପରେ ଆଉ ଏକ ବଡ଼ ୱାଟର ଷ୍ଟ୍ରାଇକ୍‌ କରିଛି । ନିଦାଘ ଗ୍ରୀଷ୍ମରେ ଚେନାବ ନଦୀର ପାଣିକୁ ରୋକି ଦିଆଯାଇଛି । ବାଗ୍‌ଲିହାର ଡ୍ୟାମ୍‌ ବନ୍ଦ କରାଯାଇଛି । ଖୁବଶୀଘ୍ର କିଶନଗଙ୍ଗା ନଦୀବନ୍ଧକୁ ବି ରୋକି ଦିଆଯିବ । ଏହାଦ୍ୱାରା ପାକ୍‌ରେ ମରୁଡ଼ି ଭଳି ସ୍ଥିତି ଉପୁଜିବ । ଏହା ପୂର୍ବରୁ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଦେବା ସହ ପାକିସ୍ତାନ ପାଇଁ ବାୟୁସୀମା ଓ ବନ୍ଦର ବନ୍ଦ କରିଦେଇଥିଲା ଭାରତ । ଆମଦାନି ଓ ରପ୍ତାନି ଉପରେ ବି କଟକଣା ଲଗାଇଥିଲା । ଏହି ତମାମ କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ଅଣ୍ଟା ଭାଙ୍ଗିଦେବ । 

ଭାରତ ବିରୋଧରେ ଆତଙ୍କୀଙ୍କୁ ବ୍ୟବହାର କରିବା ପଡ଼ୋଶୀ ଦେଶକୁ ସାଙ୍ଘାତିକ ମହଙ୍ଗା ପଡ଼ିଛି । ମିଳିଥିବା ଖବର ମୁତାବକ, କିଶନଗଙ୍ଗା ନଦୀବନ୍ଧ ବନ୍ଦ କରି ଝେଲମ୍‌ ନଦୀ ପାଣି ରୋକିଦେବ ଭାରତ । ଫଳରେ ମେ ମାସର ପ୍ରବଳ ତାତିରେ ପାକିସ୍ତାନ ଜଳାଭାବର ସମ୍ମୁଖୀନ ହୋଇ ତ୍ରାହି ତ୍ରାହି ଡାକିବ । ଜମ୍ମୁର ରାମବନରେ ବାଗ୍‌ଲିହାର ଓ ଉତ୍ତର ପଶ୍ଚିମରେ କିଶନଗଙ୍ଗା ଜଳବିଦ୍ୟୁତ୍‌ ଡ୍ୟାମ୍‌ ରହିଛି । ଭାରତ ଚାହିଁଲେ ନିଜ ସମୟ ଅନୁସାରେ ଏହି ଦୁଇଟି ବନ୍ଧର ପାଣିକୁ ରୋକିଦେଇ ପାରିବ । ଏହା ଉପରେ ପାକିସ୍ତାନର କୌଣସି ନିୟନ୍ତ୍ରଣ ନାହିଁ । ବାଗ୍‌ଲିହାର ଡ୍ୟାମ୍‌କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗିରହିଛି । ବିଶ୍ୱ ବ୍ୟାଙ୍କର ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିଲା । ସେହିଭଳି କିଶନଗଙ୍ଗା ଡ୍ୟାମ୍‌କୁ ନେଇ ମଧ୍ୟ ରଣନୀତିକ ତଥା ଆଇନଗତ ସମସ୍ୟା ରହିଛି । ଏହାଯୋଗୁ ନୀଲମ୍‌ ନଦୀ ଉପରେ ପ୍ରଭାବ ପଡ଼ୁଛି । ନୀଲମ ହେଉଛି ଝେଲମ୍‌ର ଶାଖା ନଦୀ । ପାକିସ୍ତାନ ବିରୋଧରେ ଏ ପର୍ଯ୍ୟନ୍ତ ଭାରତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ତଥାପି ପାକିସ୍ତାନକୁ ଆକ୍ରମଣ ଡର ସବୁବେଳେ ଘାରୁଛି । ବିଶେଷକରି ତିନି ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ବୈଠକ ପାକ୍‌କୁ ଭୟଭୀତ କରି ପକାଇଛି । ପ୍ରଧାନମନ୍ତ୍ରୀ ମୋଦି ରବିବାର ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ପ୍ରାୟ ୪୫ ମିନିଟ୍‌ ଧରି ଆଲୋଚନା କରିଥିଲେ । ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀରେ ତିନି ସେନା ମୁଖ୍ୟଙ୍କୁ ଏକସଙ୍ଗେ ଭେଟିଥିଲେ । ପାକିସ୍ତାନ ବିରୋଧରେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସେନା ସ୍ୱାଧୀନ ବୋଲି ମୋଦି ବୈଠକ ପରେ ମନ୍ତବ୍ୟ ଦେଇଥିଲେ । ଏହାପରେ ଯୁଦ୍ଧ ନିଶ୍ଚିତ ବୋଲି ପାକିସ୍ତାନ ଭାବିନେଇଥିଲା । ସେନା ମୁଖ୍ୟମାନଙ୍କ ସହ ମୋଦିଙ୍କର ଏଭଳି ନିୟମିତ ବୈଠକକୁ ନେଇ ପାକ୍‌ ଆତଙ୍କିତ ହୋଇପଡ଼ିଛି । ସେହି ଭୟରେ ଏହା ବିଭିନ୍ନ ମିସାଇଲ୍‌ ପରୀକ୍ଷା ଜାରି ରଖିଛି । ଏଲ୍‌ଓସିରେ ଏହାର ସେନା ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ କରିବାରେ ଲାଗିଛି । 

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୁତାବକ, ପାକ୍‌ ଭୟଭୀତ ହୋଇ ଏଭଳି ପାଗଳାମି କରୁଛି । ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କୀ ଆକ୍ରମଣ ଘଟଣାରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହାପରେ ପାକିସ୍ତାନ ବିରୋଧରେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ । ସାମରିକ କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଦେଇଥିବା ବୟାନ ମଧ୍ୟ ପାକିସ୍ତାନକୁ ହରଡ଼ଘଣାରେ ପକାଇଛି । ପହଲଗାମ୍‌ ଆକ୍ରମଣ ପ୍ରସଙ୍ଗରେ ରାଜନାଥ କହିଛନ୍ତି, ଦେଶବାସୀ ଯାହା ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧୀନରେ ତାହା ହିଁ ହେବ । ଲୋକଙ୍କ ଇଚ୍ଛା ନିଶ୍ଚିତ ପୂରଣ ହେବ । ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ରାଜନାଥ  ସିଂହ ।

ସେହିପରି ଜୟଶଙ୍କର କହିଛନ୍ତି, ସଫଳ ଅନ୍ତର୍ଜାତୀୟ ସହଯୋଗୀମାନେ ଆପୋସ ବୁଝାମଣା, ଦ୍ୱିପାକ୍ଷିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ସେ ରୁଷ୍‌ ସହ ଭାରତର ସମ୍ପର୍କକୁ ଦୃଷ୍ଟାନ୍ତ ଭାବେ ନେଇଛନ୍ତି । ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରାରମ୍ଭିକ ଉଦ୍ୟମକୁ ଜୟଶଙ୍କର ସମାଲୋଚନା କରିଛନ୍ତି । ରୁଷ୍‌କୁ ସାମିଲ ନ କରି ସେମାନଙ୍କର ଏଭଳି ଉଦ୍ୟମ ଅବାସ୍ତବ ଓ ଅପ୍ରଭାବୀ ବୋଲି ସେ ଦର୍ଶାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.