ନୂଆଦିଲ୍ଲୀ,୧୭/୧୦: ଭାରତୀୟ ସେନାର ଯବାନମାନେ ବୁଧବାର  ଭାରତରେ ନିର୍ମିତ ସାମରିକ ପାରାଶୁଟ୍‌  ସିଷ୍ଟମ୍‌ର ସଫଳ ପରୀକ୍ଷଣ କରିଛନ୍ତି ।  ଭାରତୀୟ ବାୟୁସେନାର ୩ ଜଣ ଯବାନ  ୩୨ ହଜାର ଫୁଟ ଉଚ୍ଚତାରୁ ଏହି ପାରାଶୁଟ୍‌ରୁ  ଲମ୍ଫ ଦେଇଛନ୍ତି । ଏଥିରେ ପାରାଶୁଟ୍‌ର  ସୁରକ୍ଷିତ ଅବତରଣ, ତା’ର ନିୟନ୍ତ୍ରଣ ଓ  ନାଭିଗେସନ୍‌ ସାମିଲ । ଏହି ପାରାଶୁଟ୍‌  ସିଷ୍ଟମ୍‌ ନାଭିଗେସନ୍‌ ୱିଥ୍‌ ଇଣ୍ଡିଆନ  କନ୍‌ଷ୍ଟେଲେଶନ୍‌ ବା ନାଭ୍‌ଆଇସି ଯୁକ୍ତ ।  ନାଭ୍‌ଆଇସି ଏକ ସ୍ୱଦେଶୀ ସାଟେଲାଇଟ୍‌  ନାଭିଗେସନ୍‌ ସିଷ୍ଟମ୍‌ ।  ଲଢୁଆ ପାରାଶୁଟ୍‌ ସିଷ୍ଟମ୍‌କୁ ଡିଫେନ୍ସ ରିସର୍ଚ୍ଚ  ଆଣ୍ଡ୍‌ ଡେଭ୍‌ଲପମେଣ୍ଟ୍‌ ଅର୍ଗାନାଇଜେସନ୍‌  ବା ଡିଆର୍‌ଡିଓ ପ୍ରସ୍ତୁତ କରିଛି । ଡିଆର୍‌ଡିଓର  ଦୁଇଟି ଟେଷ୍ଟିଂ ଲାବ୍‌- ଏରିୟଲ ଡେଲିଭରୀ

 ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଏଷ୍ଟାବ୍ଲିଶ୍‌ମେଣ୍ଟ୍‌,  ଆଗ୍ରା ଓ ଡିଫେନ୍ସ ବାୟୋଇଞ୍ଜିନିୟରିଂ ଆଣ୍ଡ୍‌  ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ,  ବେଙ୍ଗାଲୁରୁ ମିଳିତ ଭାବେ ଏହାକୁ ପ୍ରସ୍ତୁତ  କରିଛନ୍ତି ।  ଏହି ପାରାଶୁଟ୍‌ ସାହାଯ୍ୟରେ ଉଡ଼ାଣ ସମୟରେ  ବିମାନରୁ ଲମ୍ଫ ଦେଇହେବ । ଉଚ୍ଚତା କ୍ଷମତା:  ୩୨ ହଜାର ଫୁଟ, ଓଜନ କ୍ଷମତା: ୧୫୦ କିଲୋ  (ସୈନ୍ୟ ଓ କିଟ୍‌) । ମେନ୍‌ ଓ ରିଜର୍ଭ କ୍ୟାନୋପି  ମଧ୍ୟରୁ ଗୋଟିଏ ଫାଟିଗଲେ ଅନ୍ୟଟି କାମ  କରିବ । ସୈନିକ ଯଦି ଠିକ୍‌ ସମୟରେ ପାରାଶୁଟ୍‌  ନ ଖୋଲନ୍ତି, ତେବେ ସିଷ୍ଟମ୍‌ ଆପଣାଛାଏଁ  ଖୋଲିବ । ଏହା ଜିପିଏସ୍‌/ନାଭ୍‌ଆଇସି ଆଧାରିତ  ନାଭିଗେସନ୍‌ ସିଷ୍ଟମ୍‌ ହୋଇଥିବାରୁ ଉଚିତ୍‌  ସ୍ଥାନରେ ଅବତରଣ ସମ୍ଭବ । ଅଧିକ ଉଚ୍ଚତାରେ  ଅମ୍ଳଜାନ ପାଇଁ ଏଥିରେ ବ୍ରିଦିଙ୍ଗ୍‌ ସିଷ୍ଟମ୍‌ ରହିଛି ।  ରାତିରେ ମଧ୍ୟ ଦିଗ ନିର୍ଣ୍ଣୟ କରିବା ପାଇଁ ନାଇଟ୍‌  ଭିଜନ୍‌ ହେଡ୍‌ଗିୟର୍‌ ରହିଛି ।