​​​​​​​ଭୁବନେଶ୍ବର ୧୧।୧୦: ବିଜେପିରେ ଯୋଗ ଦେଇଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜୟ ବିଜେପିରେ ସାମିଲ ହୋଇଛନ୍ତି

ବିଜେପିରେ ମିଶିବା ପରେ ଜୟ ଢୋଲକିଆ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି। ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି। ନୂଆପଡ଼ାକୁ ୧ ନମ୍ୱର ଜିଲ୍ଲାରେ ପରିଣତ କରିବା ପାଇଁ ବିଜେପିରେ ସାମିଲ ହୋଇଛି । ବିକାଶଧାରା ଏକ ନିରନ୍ତର ପ୍ରକ୍ରିୟା । ବାପାଙ୍କ ଦଶାହ କ୍ରିୟାରେ ମୁଁ ଶପଥ ନେଇଛି, ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସମାଜ ସେବା ପାଇଁ କାମ କରିବି । ମୋତେ ଦଳ ଯାହା ଦାୟିତ୍ଵ ଦେବ, ତାକୁ ମୁଁ ନିଷ୍ଠାର ସହ ପାଳନ କରିବି ବୋଲି ଜୟ ଢୋଲକିଆ କହିଛନ୍ତି ।