ନୂଆପଡ଼ା,୦୫/୧୧: ସାମାଜିକ ଗଣମାଧ୍ୟମରେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ଓ ଜୟ ଢୋଲକିଆଙ୍କ ପକ୍ଷରୁ ବିଜେଡି ପକ୍ଷରୁ ଅବହେଳା କରାଯାଇଥିବା ନେଇ ଅଭିଯୋଗ କରେ ଏହାର ଜବାବ ଦେଇଛି ବିଜେଡି। ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ, ଏହା ଅତ୍ୟନ୍ତ ଦୁଃଖର କଥା। ନବୀନ ସାରା ଭାରତର ଶୀର୍ଷ ନେତା। ତାଙ୍କ ସମକକ୍ଷ କେହି ନାହାନ୍ତି। ଢୋଲକିଆଙ୍କ ସ୍ତ୍ରୀ କଳ୍ପନା ଭାଉଜ ନବୀନଙ୍କ ସହଯୋଗୀ ହୋଇ କାମ କରିଥିବା ସେ ସ୍ୱୀକାର କରିଛନ୍ତି। ବିଜେଡିର ସକ୍ରିୟ କର୍ମୀ ହୋଇଥିବାରୁ ସେ ବିଭିନ୍ନ ପ୍ରମୁଖ ପଦପଦବୀ ପାଇବା ସହ ସବୁ କିଛି ହୋଇପାରି ଥିଲେ। ଦୁଃଖ ସମୟ ସମସ୍ତଙ୍କର ଆସେ। ନବୀନ ବାବୁଙ୍କର ମଧ୍ୟ ସର୍ଜରି ଓ ଟ୍ରିଟମେଣ୍ଟ ହୋଇଥିଲା। ଏକାଦଶାହ ବେଳେ ସମସ୍ତେ ଥିଲେ। ମହିଳା ଭାବେ ବିଜେଡିରେ ରହି ମୁଁ ମଧ୍ୟ କାମ କରିଥିଲି ବୋଲି କହିଥିଲେ ଟୁକୁନି ସାହୁ। ବିପଦ ଯେତେବେଳେ ଆସିଲା ସେତେବେଳେ ମୋତେ ସୁଯୋଗ ଦେଇଥିଲେ ବୋଲି କହିଥିଲେ ଟୁକୁନି। ତାଙ୍କୁ କେବଳ ବିଧାୟିକା ନୁହେଁ ବରଂ ନବୀନ ତାଙ୍କୁ ବିଭିନ୍ନ ପ୍ରମୁଖ ବିଭାଗରେ ମନ୍ତ୍ରୀ ମଧ୍ୟ କରିଥିଲେ। ବିଭିନ୍ନ ଉନ୍ନୟନମୂଳକ କାମରେ ରାଜୁ ଢୋଲକିଆଙ୍କ ସହ ନୂଆପଡ଼ା ଆସିଥିବା କହିଥିଲେ ଟୁକୁନି। କଳ୍ପନା ମାଡ଼ାମ ଛାତିରେ ହାତ ରଖି କହିବେ କି ନବୀନ ବାବୁ ଉପନିର୍ବାଚନ ପୂର୍ବରୁ ତାଙ୍କୁ ସୁଯୋଗ ଦେବା ଲାଗି ଚାହିଁ ନ ଥିଲେ କି ବୋଲି ପ୍ରଶ୍ନ କରିଛି ବିଜେଡି। କିନ୍ତୁ ହିନ୍ଦୀ କହୁଥିବା ଯୋଗୁ ସେ ମନା କରିଥିଲେ। ପୁଅକୁ ସୁଯୋଗ ଦେବାକୁ ଚାହିଁଥିଲେ ନବୀନ ବାବୁ। କିନ୍ତୁ ସେ ନିଜେ ବିଜେପିକୁ ଗଲେ। କୁପୁତ୍ର ସମାଜରେ କଳଙ୍କିତ ହୁଏ ବୋଲି କହିଛି ବିଜେଡି। ରାଜୁ ଭାଇଙ୍କ ପୁଅ କୁପୁତ୍ର ହେଲେ, ରାଜୁ ଭାଇଙ୍କ ଫଟୋ ରଖି କଣ ଭୁଲ କଲେ ବୋଲି ପ୍ରଶ୍ନ କରିଛି ବିଜେଡି। ଏକାଦଶାହ ବେଳେ ବିଜେଡିର ସମସ୍ତ ବରିଷ୍ଠ ନେତା ଆସିଥିଲେ। ଏପରିକି ଶଙ୍ଖ ଯାତ୍ରାରେ କଳ୍ପନା ଭାଉଜ ଓ ଜୟ ଚାଲିଥିଲେ। ଓଡ଼ିଶାର ବିକାଶରେ ଅଦ୍ଵିତୀୟ ନେତା ନବୀନଙ୍କୁଏଭଳି କହିବା ଗ୍ରହଣୀୟ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲା ବିଜେଡି।