ନୂଆଦିଲ୍ଲୀ,୨୭/୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ଆରମ୍ଭ ହେବାକୁ ଆହୁରି ବହୁତ ସମୟ ବାକି ଅଛି । ତଥାପି, ସମସ୍ତ ଦଳ ଆଗାମୀ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ, କୋଲକାତା ନାଇଟ୍ ରାଇଡର୍ସ ଦଳରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଭିଷେକ ନାୟର କେକେଆରର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଫ୍ରାଞ୍ଚାଇଜ୍ ଗତ ସପ୍ତାହରେ ନାୟରଙ୍କୁ ସେମାନଙ୍କର ନିଷ୍ପତ୍ତି ବିଷୟରେ ଜଣାଇଥିଲା । ଆଶା କରାଯାଉଛି ଯେ, ଫ୍ରାଞ୍ଚାଇଜ୍ ଖୁବ୍ ଶୀଘ୍ର ଏକ ଆନୁଷ୍ଠାନିକ ଘୋଷଣା କରିବ । ଟିମ୍ ଇଣ୍ଡିଆର ସହାୟକ କୋଚ୍ ଥିଲେ ଅଭିଷେକ ନାୟର । ଦଳରୁ ବାଦ ପଡ଼ିବା ପରେ ଅଭିଷେକ ନୂଆ ଠିକଣା ହୋଇଛି କେକେଆର । ରୋହିତଙ୍କ ବନ୍ଧୁ କୋଲକାତା ନାଇଟ୍ ରାଇଡର୍ସ ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ଚର୍ଚ୍ଚା ହେଉଛି ।
ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଜାଗା ନେବେ ନାୟର- କୋଲକାତା ନାଇଟ୍ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଅଭିଷେକ ନାୟର ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସ୍ଥାନ ନେବେ । ଫ୍ରାଞ୍ଚାଇଜ୍ କିଛି ମାସ ପୂର୍ବରୁ ପଣ୍ଡିତଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ହଟାଇ ଦେଇଥିଲା । ତାଙ୍କ ମାର୍ଗଦର୍ଶନରେ, କେକେଆର ୩ଟି ସିଜନ ପାଇଁ ଦଳକୁ ପ୍ରଶିକ୍ଷକ ଦେଇଥିଲା । ତାଙ୍କ କାର୍ଯ୍ୟକାଳରେ କେକେଆର ସନରାଇଜର୍ସ ହାଇଦ୍ରାବାଦକୁ ଫାଇନାଲରେ ପରାସ୍ତ କରି ଆଇପିଏଲ୍ ୨୦୨୪ ଟାଇଟଲ ଜିତିଥିଲା । ଚନ୍ଦ୍ରକାନ୍ତ ପଣ୍ଡିତ ଘରୋଇ କ୍ରିକେଟରେ ପ୍ରଶିକ୍ଷକ ଭାବରେ ୬ ଥର ରଣଜୀ ଟ୍ରଫି ଜିତାଇବା ପାଇଁ ମଧ୍ୟ ଜଣାଶୁଣା ।
ରୋହିତ ଶର୍ମାଙ୍କ ଘନିଷ୍ଠ ବନ୍ଧୁ ଅଭିଷେକ ନାୟର । ପ୍ରଥମ ଥର ଆଇପିଏଲ୍ ହେଡ୍ କୋଚ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଏହା ସହିତ ସେ ପୂର୍ବରୁ କୋଚିଂ ଷ୍ଟାଫ ରହି ସାରିଛନ୍ତି । ଆଇପିଏଲ୍ ୨୦୨୪ରେ କୋଲକାତା ଚାମ୍ପିଆନ ହୋଇଥିଲା । ଏହି ସିଜିନ୍ରେ ଅଭିଷେକ ନାୟଏ କେକେଆର ସହାୟକ କୋଚ୍ ଥିଲେ । ଏହା ଛଡା ଭାରତୀୟ କ୍ରିକେଟ ଟିମ୍ରେ ସହାୟକ କୋଚ୍ ମଧ୍ୟ ରହି ସାରିଛନ୍ତି ଅଭିଷେକ । ହେଲେ ମୁଖ୍ୟ ପ୍ରଶିକ୍ଷକ ଭାବେ ଏହା ତାଙ୍କର ପ୍ରଥମ କାର୍ଯ୍ୟଭାର ହେବ ।