ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସୈଫ୍‌ଙ୍କୁ ଅଳିଆ କହିଲେ ମହାରାଷ୍ଟ୍ର ମନ୍ତ୍ରୀ, ଛୁରାମାଡ଼ ଉପରେ କଲେ ସନ୍ଦେହ

Published By : Krishna Priya | January 24, 2025 8:21 AM

ମୁମ୍ବାଇ ୨୪/୦୧: ଅଭିନେତା ସୈଫ୍‌ ଅଲି ଖାନ୍‌ଙ୍କୁ ଛୁରାମାଡ଼ ମାମଲାରେ ରାଜନୀତି ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ନିତେଶ ରାଣେ ସୈଫ୍‌ଙ୍କୁ ଅଳିଆ କହିଛନ୍ତି । ପୁନେର ଏକ ସଭାରେ ସେ କହିଛନ୍ତି, ବାଂଲାଦେଶୀମାନେ ପୂର୍ବରୁ ରାସ୍ତାକଡ଼ରେ ଛିଡ଼ା ହେଉଥିଲେ । ଏବେ ସେମାନେ ଘରେ ପଶୁଛନ୍ତି । ଜଣେ ବାଂଲାଦେଶୀ ଅଭିନେତାଙ୍କ ଘରେ ପଶିଯାଇଥିଲା । ତାଙ୍କୁ ବୋଧହୁଏ ସାଙ୍ଗରେ ନେଇଯିବାକୁ ଆସିଥିଲା । ଅଳିଆକୁ ସାଙ୍ଗରେ ନେଇଯାଇଥିଲେ ଭଲ ହୋଇଥାନ୍ତା । ଏନ୍‌ସିପି (ଶରଦ ପାୱାର) ନେତା ସୁପ୍ରିୟା ସୁଲେ ଏବଂ ଜିତେନ୍ଦ୍ର ଅହ୍ୱାଦ ସୈଫ୍‌ ଅଲି ଖାନ୍‌, ଶାହରୁଖ ଖାନ୍‌ଙ୍କ ପୁଅ ଏବଂ ନୱାବ ମଲିକଙ୍କୁ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି । ଯେବେ କୌଣସି ହିନ୍ଦୁ ଅଭିନେତାଙ୍କ ଉପରେ ଆକ୍ରମଣ ହେଉଛି, ସେମାନେ ଆଗକୁ ଆସୁନାହାନ୍ତି ।

ରାଣେ ଆହୁରି କହିଛନ୍ତି, ସୈଫ୍‌ ଯେତେବେଳେ ହସ୍ପିଟାଲରୁ ବାହାରିଲେ ମୁଁ ଦେଖିଥିଲି । ତାଙ୍କ ଉପରେ ଆକ୍ରମଣ ହେବା ନେଇ ମୋର ସନ୍ଦେହ ହେଉଛି । ତାଙ୍କୁ ହମ୍‌ଲା ହୋଇଥିଲା ନା ସେ ଅଭିନୟ କରୁଥିଲେ । ସେ ଜେଲରୁ ବାହାରିବା ପରେ ଚାଲି ଚାଲି ଯାଇ ନାଚୁଥିଲେ । ଏହା ପୂର୍ବରୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ନିରୁପମ୍‌ ମଧ୍ୟ ସୈଫ୍‌ଙ୍କୁ ହସ୍ପିଟାଲରୁ ଶୀଘ୍ର ଡିସ୍‌ଚାର୍ଜ କରାଯିବାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ସେ କହିଥିଲେ, ଜଣକ ଉପରେ ୬ ଥର ଛୁରି ଦ୍ୱାରା ଆକ୍ରମଣ ହେଉଛି । ୬ ଘଣ୍ଟା ଧରି ସର୍ଜରି କରାଯାଉଛି । କିନ୍ତୁ ୪ ଦିନ ପରେ ଡିସ୍‌ଚାର୍ଜ କରି ଦିଆଯାଉଛି । ଏହା କିଭଳି ସମ୍ଭବ ହେଲା? ଆମ ଚିକିତ୍ସା ବିଜ୍ଞାନ କ’ଣ ଏତେ ଦକ୍ଷ? ଅଭିନେତାଙ୍କ ପରିବାର ଲୋକ ଆଗକୁ ଆସି ପ୍ରକୃତ ଘଟଣା କହିବା ଆବଶ୍ୟକ । କାରଣ ଏହା ମୁମ୍ବାଇର ସୁରକ୍ଷାର ପ୍ରଶ୍ନ ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୧୫ ବିଳମ୍ବିତ ରାତିରେ ବାନ୍ଦ୍ରାସ୍ଥିତ ସତ୍‌ଗୁରୁ ଶରଣ ଆପାର୍ଟମେଣ୍ଟରେ ସୈଫ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାପରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାରେ ବାଂଲାଦେଶୀ ଅଭିଯୁକ୍ତକୁ ଗିରଫ କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.