ମାଲକାନଗିରି,୨୩/୯ (ଆପ୍ର ) : ମାଓଗଡ଼ ଏଲକାନର ଜଙ୍ଗଲ ରେ ବିଏସଏଫ ଯବାନ କମ୍ବି ଅପରେସନ କରୁଥିବା ବେଳେ ଏକ ମାଓଡମ୍ପକୁ ଠାବ କରିଛନ୍ତି। ସେଥିରୁ ବିପୁଳ ପରିମାଣର ଗୋଳା ବାରୁଦ, ଲ୍ୟାଣ୍ଡମାଇନରେ ବ୍ୟବହୃତ ସାମଗ୍ରୀ ଯବାନମାନ ଜବତ କରିଛନ୍ତି।
କାଲିମେଳା ଥାନା ଅଧୀନ ବଡ଼ିଗେଟା ୧୪୨ ବାଟାଲିୟନ ବିଏସଏଫ କ୍ୟାମ୍ପର ଯବାନ ଓ ଡିଭିଏଫ ଯବାନମାନେ ଦୁର୍ଗମ ଅଞ୍ଚଳ କୁର୍ମାନୁର ପଞ୍ଚାୟତ ମାଓଗଡ଼ ଏଲକାନୁର ଜଙ୍ଗଲରେ କୁମ୍ବି ଅପରେସନ୍ କରିଥିଲେ। କୁମ୍ବି ଅପରେସନ ସମୟରେ ଜଙ୍ଗଲ ମଧ୍ୟରୁ ମାଓବାଦୀଙ୍କ ଡମ୍ପ ଠାବ ହୋଇଛି । ସେଥିରୁ ୩ଟି ଟିଫିନ ବୋମା, ଗୋଟିଏ ମଟର , ଇଲେକ୍ଟ୍ରି ଡେଟୋନେଟର,ଗ୍ୟାସ ସିଲିଣ୍ଡର ୩ଟି, ଲ୍ୟାଣ୍ଡ ମାଇନ ବ୍ୟବହୃତ ଦ୍ରବ୍ୟ, ତାର ବିଭନ୍ନ ମାଓ ସାମଗ୍ରୀ ଯବାନମାନେ ଜବତ କରିଛନ୍ତି। ଏହା ଦ୍ୱାରା ମାଓବାଦୀମାନେ ଯୋଜନା କରିଥିବା କୌଣସି ଏକ ବଡ଼ଧରଣର ହିଂସାକାଣ୍ଡକୁ ରୋକା ଯାଇପାରିଛି।