ନୂଆପଡ଼ା ୨୧/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ନାମାଙ୍କନ ସରିଛି। ମୁକାବିଲା ପାଇଁ ତିନି ପ୍ରମୁଖ ଦଳର ଯୋଦ୍ଧା ପ୍ରସ୍ତୁତ। ପ୍ରଚାରରେ କମ୍ପୁଛି ରାଜନୈତିକ ମଇଦାନ। କ୍ୟାମ୍ପେନିଂ ପାଇଁ ତିନି ଦଳ ତୁଙ୍ଗ ନେତା ସହ ଷ୍ଟାର ପ୍ରଚାରକ ପ୍ରସ୍ତୁତ ରହିଛନ୍ତି। ଯିଏ ଯାହାର ରଣନୀତି ଆରମ୍ଭ କରି ସାରିଛନ୍ତି। କିଏ ପୁରୁଣା କର୍ମୀଙ୍କୁ ଖୋଜୁଛି ତ କିଏ ବୁଥ୍ ଲେବେଲ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇ ଭୋଟ ହାତେଇବାକୁ ଚେଷ୍ଟା କରୁଛି। ଆଉ କିଏ ଖେଳୁଛି ଭିତିରିଆ ଗେମ୍। ହେଲେ ୧୯ ପ୍ରାର୍ଥୀଙ୍କ ଭିତରେ ପ୍ରମୁଖ ବିଜେପି, ବିଜେଡି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ରଣକୌଶଳ।

ସୂଚନା ଥାଉକି, ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ଅନ୍ତିମ ଦିନରେ ନାମାଙ୍କନ ଭରିଥିଲେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। । ଅକ୍ଟୋବର ୧୮ରେ ପ୍ରାର୍ଥିପତ୍ରଦାଖଲ କରିଥିଲେ ଉଭୟ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ଚଳିତ ଉପନିର୍ବାଚନରେ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବୁଧବାର ନାମାଙ୍କନ ଯାଞ୍ଚ ଓ ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ନଭେମ୍ବର ୧୧ରେ ଭୋଟ ଗ୍ରହଣ ହେବ। ୧୪ ନଭେମ୍ବରରେ ଭୋଟ୍ ଗଣତି ସହ ଫଳ ପ୍ରକାଶ ପାଇବ।