ପୁରୀ,୧୦/୧୦ : ପୁରୀ ପୋଲିସ ନାବାଳିକା ନିଖୋଜ ଓ ଛୁଆମାନଙ୍କ ଉଦ୍ଧାର ପାଇଁ ଲଗାତର ଭାବେ ଅଭିଯାନ ଜାରି ରଖିଛି । ପୁରୀ ଟାଉନ୍ ଥାନାରେ ୨୨.୯.୨୦୨୫ରେ କେସ୍ ନମ୍ବର ୪୭୮/୨୫ରେ ଗୋଟିଏ ନାବାଳିକା ଝିଅ ନିଖୋଜ ହୋଇଥିବା ଅଭିଯୋଗ ରେଜିଷ୍ଟ୍ର ହୋଇଥିଲା। ଘଟଣା ଥାନାକୁ ନଜର ଆସିବା ପରେ, ପୁରୀ ଟାଉନ୍ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲଗାତର ରେଡ୍ କରିଛି । ଅନେକ ଚେଷ୍ଟା ଓ ଅନୁସନ୍ଧାନ ପରେ, ନାବାଳିକାକୁ ଆଜି କଟକରୁ ଉଦ୍ଧାର କରାଯାଇଛି।
ଏହି ଅଭିଯାନରେ ଟାଉନ୍ ପୋଲିସ୍ ଟିମର ସଚେତନ ଓ ଦୃଢ଼ ପ୍ରୟାସ ଫଳ ସ୍ବରୂପ ଏହି ସଫଳତା ମିଳିଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ୧ ମାସରେ ପୁରୀ ପୋଲିସ ଦ୍ୱାରା ୧୬ନିଖୋଜ ନାବାଳିକା ଓ ଶିଶୁ ଉଦ୍ଧାର । ଗତ ୧ ମାସରେ ପୁରୀ ପୋଲିସ ଦ୍ୱାରା ୧୫ଜଣ ନାବାଳିକା ଓ ୧ ଜଣ ଛୋଟ ଛୁଆ ଉଦ୍ଧାର କରାଯାଇଛି । ଏହି ସଫଳତା ଜିଲ୍ଲାର ସମସ୍ତ ଥାନାର ପ୍ରୟାସ ଓ ଗଭୀର ତଦନ୍ତର ପରିଣାମରେ ଘଟିଛି ।
ଉଦ୍ଧାର ହୋଇଥିବା ଅପହୃତମାନଙ୍କ ସଂଖ୍ୟା – ଥାନା ଅନୁସାରେ :
ସି ବିଚ୍ ପୋଲିସ ଷ୍ଟେସନ୍ – ୨ ଝିଅ
ବଳଙ୍ଗା ପୋଲିସ ଷ୍ଟେସନ୍ – ୨ ଝିଅ
ବ୍ରହ୍ମଗିରି ପୋଲିସ ଷ୍ଟେସନ୍ – ୧ ଝିଅ ଓ ୧ ଛୋଟ ଛୁଆ
ଗୋପ ପୋଲିସ ଷ୍ଟେସନ୍ – ୧ ଝିଅ
ଗଡ଼ିଶାଗୋଦା ପୋଲିସ ଷ୍ଟେସନ୍ – ୧ ଝିଅ
ରାମଚଣ୍ଡୀ ପୋଲିସ ଷ୍ଟେସନ୍ – ୧ ଝିଅ
କୃଷ୍ଣପ୍ରସାଦ ପୋଲିସ ଷ୍ଟେସନ୍ – ୧ ଝିଅ
ପିପିଲି ପୋଲିସ ଷ୍ଟେସନ୍ – ୧ ଝିଅ
କୁମ୍ଭାରପଡା ପୋଲିସ ଷ୍ଟେସନ୍ – ୩ ଝିଅ
ଟାଉନ ପୋଲିସ ଷ୍ଟେସନ୍ – ୨ ଝିଅ
ପୁରୀ ଜିଲ୍ଲା ପୋଲିସ ସମସ୍ତ ନିଖୋଜ ମାମଲାକୁ ଗୁରୁତର ସହ ନେଇ ଅଭିଭାବକମାନଙ୍କ ସହ ଯୋଗାଯୋଗ, ସାଇବର ଟ୍ରାକିଂ, ସୋସିଆଲ୍ ମିଡ଼ିଆ ଅନୁସନ୍ଧାନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଟିମ୍ ପଠାଇ ଅଭିଯାନ ଚଳାଇଛି । ସମାଜିକ ସଚେତନତା ବିନା ଏହି ଅଭିଯାନ ସଫଳ ହୋଇପାରିବ ନାହିଁ । ତେଣୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ନିଖୋଜ ଘଟଣା ସମ୍ପର୍କରେ ଯେ, କୌଣସି ସନ୍ଦେହଜନକ ତଥ୍ୟ ଥିଲେ, ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରକୁ ସଙ୍ଗେ ସଙ୍ଗେ ଜଣାଇବେ।
ସେହିଭଳି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, “ନାବାଳିକା ନିଖୋଜ ଝିଅମାନଙ୍କ ଉଦ୍ଧାର ଆମ ମୁଖ୍ୟ ପ୍ରାଥମିକତା। ପୋଲିସର ଏହି ଲଗାତର ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ । ପୁରୀ ଜିଲ୍ଲାକୁ ନିଖୋଜ ନାବାଳିକା ଶୂନ୍ୟ ଜିଲ୍ଲା କରିବା ଆମ ଲକ୍ଷ୍ୟ। ”