ବ୍ରହ୍ମପୁର, ୮/୧୧ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ପ୍ରେସ୍ମିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା। କହିଲେ ଜୀବନ ପ୍ରତି ବିପଦ ଅଛି। ମାମଲା ପ୍ରତ୍ୟାହାର କରିବାକୁ ପୁଅ ପାଖକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ବିକ୍ରମ ପଣ୍ଡାଙ୍କ ନମ୍ଵରରୁ ଦୁଇ ଥର କଲ୍ ଆସିଛି। ଗାଳି ଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଘରେ ରହିବାକୁ ଭୟ ଲାଗୁଛି। ପୁଅ ବି ଭୟଭୀତ ଅଛି। ପୁଲିସ ତଦନ୍ତ ଉପରେ ଭରସା ଅଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜେଲରୁ ନଛାଡ଼ିବାକୁ ଅନୁରୋଧ କରିଛନ୍ତି ପୀତବାସଙ୍କ ପତ୍ନୀ।
ସୁସ୍ମିତା ପଣ୍ଡା ପୁଣି କହିଛନ୍ତି ଯେ, ପୀତବାସଙ୍କ ହତ୍ୟା ପରେ ଅଭିଯୁକ୍ତ ବିକ୍ରମ ପଣ୍ଡା ସମବେଦନା ଜଣାଇବାକୁ ଘରକୁ ଆସିଥିଲା। ହତ୍ୟା ପଛରେ ଏବେ ବିକ୍ରମଙ୍କ ସମ୍ପୃକ୍ତି ଜାଣି ଆଶ୍ଚର୍ଯ୍ୟ ଲାଗୁଛି। ତେଣୁ ପ୍ରେସ୍ମିଟ୍ କରି ସୁସ୍ମିତା ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ନିଶ୍ଚୟ ନ୍ୟାୟ ମିଳିବ ବୋଲି କହିଛନ୍ତି।
ସୂଚନା ଥାଉକି, ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ପୀତବାସ ୬ ତାରିଖ ରାତି ସାଢେ ୮ଟାରେ ସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଥାନା ଓ କୋର୍ଟକୁ ଯାଉଛି ଆସିଲା ବେଳେ ହୋଟେଲରୁ ଖାଇବା ନେଇ ଆସିବି ବୋଲି କହିଥିଲେ।