ସୋର, ୨୧/୧୦ : ସୋର ଉପକାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି । କଏଦୀ ଜଣଙ୍କ ହେଲେ ଝାଡଖଣ୍ଡ ବୋକାରୋ ଷ୍ଟିଲ୍ ସିଟି ଧାନବାଦ ଅଞ୍ଚଳର ଦୀପକ କୁମାର ରାୟ।
ସୂଚନା ଅନୁସାରେ ଦୀପକ ଖଇରା ଅଞ୍ଚଳରେ ରହୁଥିବାବେଳେ ସେଠାରେ ଏକ ଗଣ୍ଡଗୋଳ ଘଟଣାରେ ଗତ ୧୯ ତାରିଖରେ ଖଇରା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ସୋର ଉପକାରାଗାରରେ ରଖାଯାଇଥିଲା। ତେବେ ଆଜି ସନ୍ଧ୍ୟାରେ ସେ ଜେଲ ପାଚେରୀ ଡେଇଁ କେଉଁ ଆଡ଼େ ଫେରାର ହୋଇଯାଇଛି । ଏ ନେଇ ଜଣାପଡ଼ିବା ପରେ ଜେଲର ବୈଲୋଚନ ପଣ୍ଡା ସୋର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।