ଭୁବନେଶ୍ୱର,୦୭/୦୬: ଭାରତର ଅଗ୍ରଣୀ ଇଲେକଟ୍ରୋନିକ୍ସ ରିଟେଲର, ରିଲାଏନ୍ସ ଡିଜିଟାଲ୍‌, ଏହାର ଆକର୍ଷଣୀୟ ସପ୍‌ ଆଣ୍ଡ୍‌ ୱିନ୍‌ ଅଭିଯାନ ଆରମ୍ଭ  କରିଛି । ୩୧ ଅଗଷ୍ଟ ପର୍ଯ୍ୟନ୍ତ, ରିଲାଏନ୍ସ ଡିଜିଟାଲ୍‌ ଷ୍ଟାର୍‌, ମାଇଁ ଜିଓ ଷ୍ଟୋର  ଏବଂ ରିଲାଏନ୍ସ ଡିଜିଟାଲ୍‌.ଇନ୍‌ରେ ସପିଂ କରୁଥିବା ଗ୍ରାହକମାନେ ୩୦ କୋଟି  ପର୍ଯ୍ୟନ୍ତ ପୁରସ୍କାର ଜିତିବାର ସୁଯୋଗ ପାଇବେ । 

ଏଥିରେ ରହିଛି ୨୫ଟି କାର୍‌,  ୪୦ଟି ବାଇକ୍‌, ୪୫୦ରୁ ଅଧିକ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ ଏବଂ ଲାପ୍‌ଟପ୍‌  ଏବଂ ୱାସିଂ ମେସିନ୍‌ କ୍ରେତାଙ୍କ ପାଇଁ ନିଶ୍ଚିତ ଉପହାର ରହିଛି । ଏହା ସହ  ୧୫ ଜୁନ୍‌ ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ବ୍ୟବହାର କରି ୧୫୦୦୦  ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ରିହାତି ପାଇହେବ । ଲାପ୍‌ଟପ୍‌ କ୍ରେତାମାନେ ୧ କୋଟି  ପୁରସ୍କାର ପୁଲରୁ ସ୍କଲାରସିପ୍‌ ଜିତିବାର ସୁଯୋଗ ମଧ୍ୟ ପାଇବେ । ତେବେ ଏଥିପାଇଁ ନିୟମ ଏବଂ ସର୍ତ୍ତାବଳୀ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।