ରାଉରକେଲା,୦୨/୦୬: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବନ୍ଧମୁଣ୍ଡା ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଡକାୟତମାନେ ହେଲେ ବିଟୁ ତନ୍ତୀ, ଅନଶୁ କୁମାର, କ୍ରିଷ୍ଣା, ଅଜୟ ପଟ୍ଟନାୟକ, ବିବେକ ମଡକ, ଅନ୍ତୁ ମୁଖି । ସେମାନଙ୍କ ଠାରୁ ୫ଟି ବନ୍ଧୁକ, ୧୫ଟି ଗୁଳି, ୨ଟି ଖଣ୍ଡା ଆଦି ଜବତ କରାଯାଇଛି । ୬ ଜଣ ଡକାୟତ ରବିବାର ରାତିରେ ବନ୍ଧମୁଣ୍ଡା ଅଞ୍ଚଳରେ ଡକାୟତି କରିବା ଲାଗି ଯୋଜନା କରୁଥିଲେ। ବିତୁ ତନ୍ତୀ ଡକାୟତ ଦଳର ମାଷ୍ଟରମାଇଣ୍ଡ ବୋଲି ଅତିରିକ୍ତ ଏସପି ଆର. କେ. ମିଶ୍ର କହିଛନ୍ତି।