ଭୁବନେଶ୍ବର,୨୧/୦୯: ଆତ୍ମାକୁ ନେଇ ଭୟଙ୍କର ଡିଲ୍ । ୩୩ କୋଟି ଟଙ୍କାରେ ଆତ୍ମା ବିକ୍ରି । ବଞ୍ଚି ଥାଉ ଥାଉ ବିକିଦେଲେ ଅଶରୀର । ରକ୍ତରେ ଲେଖା ହେଲା ଚୁକ୍ତିନାମା ଖବର ଶୁଣି କେହି ବି ଚମକି ପଡ଼ିବେ କାରଣ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଯୁଗରେ ସତରେ କଣ ଏମିତି ହେଉଛି ? ମନୁଷ୍ୟର ଆତ୍ମା କଣ ବିକ୍ରି ହୁଏ ? ଏହାକୁ ତୁଛା ଅନ୍ଧ ବିଶ୍ବାସ ଛଡ଼ା ଆଉ କିଛି କହିହେବ ନାହିଁ । ଆଧୁନିକ ଯୁଗରେ କିଏ ଏବଂ କାହିଁକି ନିଜ ଆତ୍ମାକୁ ବିକ୍ରି କରିବ ? କେହି ଏହାକୁ କିଣି କଣ ବା କରିବ ? ଏଭଳି କିଛି ପ୍ରଶ୍ନ ଆମ ମନରେ ବି ଖବର ପ୍ରସ୍ତୁତ କରିବାକୁ ଉଙ୍କି ମାରୁଥିଲା । ଆମେ ବି ଭାବୁ ଥିଲୁ ଏହା ଡିହା ଗପ । ହେଲେ ପୂରା ଖବର ଜାଣିବା ପରେ ହତବାକ୍ ହୋଇଯାଉଥିଲୁ । ଆଉ ଆଧୁନିକ ଯୁଗରେ ଅନ୍ଧ ବିଶ୍ବାସ କିଭଳି କାୟା ବିସ୍ତାର କରିଛି ତାହା ଜାଣିବାକୁ ପାଇଥିଲୁ । ହିଁ ଆଜ୍ଞା, ୩୩ କୋଟି ଟଙ୍କାରେ ଆତ୍ମା ବିକ୍ରି ହେବା ସମ୍ପୂର୍ଣ୍ଣ ସତ । ଏନେଇ ରିପୋର୍ଟ ବି ପ୍ରକାଶ ପାଇଛି ।...

ଋଷ୍‌ରେ ଆତ୍ମା ବିକ୍ରି ଡିଲ୍ । ମିହିଳା ବିକିଲେ, ଦିମିତ୍ର କିଣିଲେ ୩୩ କୋଟି ଟଙ୍କାରେ ଚୁକ୍ତିରକ୍ତରେ ଲେଖା ହେଲା ଚୁକ୍ତିନାମା । ଏ ଖବର ଯେତିକି ଭୟଙ୍କର, ସେତିକି ଆଶ୍ଚର୍ଯ୍ୟଜନକ । ବିଶ୍ବର ଅନ୍ୟତମ ବିକଶିତ ଦେଶ ରୁଷିଆରେ ଏହି ଡିଲ୍ ହୋଇଛି । ଦିମିତ୍ର ନାମ ଜଣେ ବ୍ୟକ୍ତି ଆତ୍ମା କିଣିବା ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଜାଳିଆ ଢଙ୍ଗରେ ବିଜ୍ଞାପନ ଦେଇଥିଲେନିଜ ପୋଷ୍ଟରେ ଲେଖିଥିଲେ ସେ କାହାର ଆତ୍ମା କିଣିବାକୁ ଚାହୁଁଛନ୍ତିସମସ୍ତେ ପ୍ରଥମେ ଏହାକୁ ମଜାରେ ନେଇଥିଲେ । ମାତ୍ର କରୀନା ନାମକ ଜଣେ ମହିଳା ବିଜ୍ଞାପନକୁ ଗମ୍ଭୀରତାର ସହ ନେଇ ଡିଲ୍ ପାଇଁ ଆଗେଇ ଆସିଥିଲେ ।

୩୩ କୋଟି ଟଙ୍କାରେ ବିକ୍ରି ହେଲା ଆତ୍ମା ଏନେଇ ଦିମିତ୍ର ଏବଂ କରୀନାଙ୍କ ମଧ୍ୟରେ ଚୁକ୍ତିନାମା ହୋଇଛିଏହି ଏଗ୍ରିମେଣ୍ଟ ସାଧାରଣ କାଗଜ ନୁହେଁ, ବରଂ ନିଜ ରକ୍ତରେ ଲେଖାଯାଇଛିଏଥିରେ ରକ୍ତରେ ମଧ୍ୟ ଦସ୍ତଖତ ହୋଇଛିଏହି ଚୁକ୍ତିନାମାକୁ ଦିମିତ୍ର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ମୁଁ ଆତ୍ମା କିଣିଲି । ଏହା ରକ୍ତରେ ସ୍ୱାକ୍ଷରିତ ଏକ ଚୁକ୍ତି। ମୁଁ ଡେଭି ଜୋନ୍ସ ପରି ଅନୁଭବ କରୁଛି।" ସେପଟେ ଆତ୍ମା ବିକ୍ରି କରିଥିବା କରୀନା କହିଛନ୍ତି, ଏହି ଚୁକ୍ତିରେ କୌଣସି ଅନୁତାପ ନାହିଁଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇଛିଆଉ ସେହି ଟଙ୍କାରେ ଲାବୁବୁ କଣ୍ଢେଇ କିଣିବା ସହିତ ପ୍ରସିଦ୍ଧ ଗାୟିକା ନାଡେଜଦା କାଡିଶେଭାଙ୍କ ଏକ କନସର୍ଟ ପାଇଁ ଟିକେଟ୍ କିଣିଲି । ଅନ୍ୟପଟେ ଦିମିତ୍ରୀ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଁ ଆଶା କରିନଥିଲି ଜଣେ ମହିଳା ଏହାକୁ ଗମ୍ଭୀରତାର ସହ ନେବେ । ବର୍ତ୍ତମାନ ଭାବୁଛି "ଆତ୍ମା" ସହିତ କଣ କରିବି  ?

ତେବେ ଆତ୍ମା ବିକ୍ରି ଖବରକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଏ ଏହାକୁ ସୋସିଆଲ୍ ମିଡିଆ ଷ୍ଟଣ୍ଟ କହିଛନ୍ତି । ପବ୍ଲିସିଟି ପାଇଁ ଏଭଳି ଡିଲ୍ କରାଯାଇଛି । ଅନ୍ୟକେହି ମହିଳାଙ୍କୁ ମାନସିକ ରୋଗ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି । ସେ ଯାହା ହେଉନା କାହାଁକି, ଆଧୁନିକ ଯୁଗରେ କିନ୍ତୁ ଆତ୍ମା ବିକ୍ରି ଅତି ଭୟଙ୍କର।...