କଟକ, ୦୩/୦୯: ସମ୍ବଲପୁର ନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା। ୱାର୍ଡ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିବା ସହିତ ୬ ସପ୍ତାହ ମଧ୍ୟରେ ସାନି ବିଜ୍ଞପ୍ତି ପ୍ରକାଶ କରିବାଲାଗି ଆଜି ନିର୍ଦେଶ ହୋଇଛି। ଏବଂ ବିଜ୍ଞପ୍ତି ସଂରକ୍ଷଣ ଆଇନ ଆଧାରିତ ହେବା ଆବଶ୍ୟକ ବୋଲି କହିଛନ୍ତି ହାଇକୋର୍ଟ।

ଖବର ମୁତାବକ, ୱାର୍ଡ ସଂରକ୍ଷଣ ନେଇ ୨୦୧୫ ମସିହାରେ ବିଜ୍ଞପ୍ତି ଜାରୀ ହୋଇଥିଲା। ଯାହା ସଂରକ୍ଷଣ କୋଟାକୁ ଅତିକ୍ରମ କରିଥିବା ନେଇ ଅଭିଯୋଗ ହୋଇଥିଲା। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ହେବା, ସଂରକ୍ଷଣ ଆଇନର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରି ହାଇକୋର୍ଟରେ ଦାୟର ହୋଇଥିଲା ମାମଲା। ଯାହାର ପ୍ରାରାମ୍ଭିକ ଶୁଣାଣି କରି ୨୦୧୫ ମସିହାରେ ପ୍ରକାଶିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରୀ କରିଥିଲେ କୋର୍ଟ। ତେବେ ଆଜି ମାମଲାର ଚୂଡାନ୍ତ ରାୟ ଆସିଛି ଏବଂ ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି।