ଭୁବନେଶ୍ଵର, ୦୧/୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଆଇଜି ହିମାଂଶୁ ଲାଲଙ୍କୁ ରେଞ୍ଜ ଦାୟିତ୍ୱ। ନିୟୋଜିତ ହେବେ ସିଆରପିଏଫ୍ର ୧୪ କମ୍ପାନୀ। କୋରାପୁଟ ରେଞ୍ଜ ଡିଆଇଜି ଛୁଟିରେ ଥିବାରୁ ହିମାଂଶୁ ଲାଲଙ୍କୁ ଦାୟିତ୍ଵ ଦିଆଯାଇଛି। ଅତିରିକ୍ତ ଡିଜିପି ରାଜେଶ କୁମାର ଉପନିର୍ବାଚନ ପାଇଁ ନୂଆପଡ଼ାର ସାମଗ୍ରିକ ଦାୟିତ୍ୱରେ ଅଛନ୍ତି।
ମାଓ ମୁକାବିଲା ପାଇଁ ସୁନାବେଡ଼ା ଜଙ୍ଗଲରେ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଛତିଶଗଡ଼, କଳାହାଣ୍ଡି, ବଲାଙ୍ଗିର ଏବଂ ବରଗଡ଼ରେ ସୀମା ଯାଞ୍ଚ ପୋଷ୍ଟ ନିର୍ମାଣ କରାଯାଇଛି। ସେହିପରି ପୋଲିଂ ପାର୍ଟିକୁ ଡ୍ରପ୍ ଏବଂ ଲିଫ୍ଟ କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯିବ। ନକ୍ସଲ ପ୍ରଭାବିତ ବୁଥ୍ ସମେତ ସମସ୍ତ ସମ୍ଵେଦନଶୀଳ ବୁଥ୍ରେ ସିଏପିଏଫ ଏବଂ ସଶସ୍ତ୍ର ପୁଲିସ ଜଗି ରହିବେ। ଡିଜିପି, ଏଡିଜି (ଏଏନଓ), ଏଡିଜି ନୂଆପଡ଼ା ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ନିରପେକ୍ଷ, ମୁକ୍ତ, ସ୍ୱଚ୍ଛ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବୁ ବୋଲି ଅତିରିକ୍ତ ଡିଜିପି ସଞ୍ଜୟ କୁମାର କହିଛନ୍ତି।