ନୂଆଦିଲ୍ଲୀ: ଏସିଆ କପ୍ 2025ର ଅନ୍ତିମ ଗ୍ରୁପ ପର୍ଯ୍ଯାୟ ମ୍ୟାଚ୍ ଆବୁଧାବିରେ ଭାରତ ଏବଂ ଓମାନ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓମାନ ପାଇଁ ଭାରତ ୧୮୯ ରନର ଟାର୍ଗେଟ ରଖିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ, ଟିମ୍ ଇଣ୍ଡିଆ ୨୦ ଓଭରରେ ୮ ୱିକେଟ୍ ହରାଇ ମୋଟ୍ ୧୮୮ ରନ୍ କରିଥିଲା। ସଞ୍ଜୁ ସାମସନ୍ ସର୍ବାଧିକ ୫୬ ରନ୍ କରିଥିଲେ। ଅଭିଷେକ ଶର୍ମା ୩୮, ତିଲକ ବର୍ମା ୨୯ ଏବଂ ଅକ୍ଷର ପଟେଲ ୨୬ ରନ୍ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିବାକୁ ଆସି ନଥିଲେ। ଓମାନ ପାଇଁ ଫୈସଲ ଶାହ, ଜିତେନ ରାମନନ୍ଦି ଏବଂ ଆମିର କଲିମ୍ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।