ନୂଆଦିଲ୍ଲୀ: ହରିୟାନା ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ(ADGP) ୱାଇ ପୁରଣ କୁମାର ମଙ୍ଗଳବାର ଚଣ୍ଡିଗଡ ସ୍ଥିତ ନିଜ ବାସ ଭବନରେ ଆତ୍ମହତ୍ୟା କରିଛନ୍ତି। ସେ ନିଜ ସର୍ଭିସ ରିଭରବଲରୁ ବସିଥିବା ଅବସ୍ଥାରେ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛନ୍ତି।
ଏହି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ସେ ନିଜ ସମସ୍ତ ସୁରକ୍ଷାକର୍ମୀଙ୍କୁ ଘର ଛାଡି ଚାଲିଯିବାକୁ ଆଦେଶ ଦେଇଥିଲେ। ଏହାପରେ ନିଜ ଘର ବେସମେଣ୍ଟକୁ ଯାଇ ସେଠାରେ ଏକ ଚଉକି ଉପରେ ବସି ନିଜ ଉପରେ ଗୁଳିଚାଳନା କରି ଆତ୍ମହତ୍ୟା କରିଛନ୍ତି।
ତେବେ ତାଙ୍କ ଘରର ବେସମେଣ୍ଟ ସାଉଣ୍ଡପ୍ରୁଫ ହୋଇଥିବାରୁ ଏହି ଗୁଳିଚାଳନାର ଶବ୍ଦ ବାହାରକୁ ଯାଇନଥିଲା। ଯେଉଁଥିପାଇଁ ଏହି ଘଟଣା ସମ୍ପର୍କରେ କେହି ସୂଚନା ପାଇନଥିଲେ। ତେବେ ପୋଲିସକୁ ଏନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ଦଳ ପହଞ୍ଚି ନିଜ ଯାଞ୍ଚ ଆରମ୍ଭ କରିଛନ୍ତି। ଅନ୍ୟପଟେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଘଟମାର ତଦନ୍ତ ଜାରି ରଖିଛି।
ପୁରଣ ଆତ୍ମହତ୍ୟା କରିବା ସମୟରେ ଉକ୍ତ ବିଲ୍ଡିରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପୋଲିସ ପଚରା ଉଚରା ଜାରି ରଖିଛି। ପୋଷ୍ଟମର୍ଟମ ପାଇଁ ତାଙ୍କ ମୃତଦେହକୁ ସେକ୍ଟର ୧୬ ସ୍ଥିତ ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ଚଣ୍ଡିଗଡର ବରିଷ୍ଟ ଆରକ୍ଷୀ ଅଧିକାରୀ(SSP) କନୱରଦିପ କୌର ତାଙ୍କ ଆତ୍ମହତ୍ୟା ଘଟଣାକୁ ସ୍ୱିକାର କରିବା ସହ ସେ ଗତ ୧ଟା ୩୦ ସୁଦ୍ଧା ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି।
ଏହି ଘଟଣାକ୍ରମ ମଧ୍ୟରେ ପୁରଣଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ ଅମ୍ନିତ ପି କୁମାର ବର୍ତ୍ତମାନ ଜାପାନ ଗସ୍ତରେ ରହିଛନ୍ତି। ସେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କ ଅଫିସିଆଲ ଡେଲିଗସନ ସହ ରହିଥିବା ସୂଚନା ମିଳିଛି।