ନୀଳଗିରି,୨୧/୧୦ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ଅଧୀନ ଦ୍ବାରିକା ଅଞ୍ଚଳରେ ହୋଇଛି ଏହି ଗୁଳିମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରିବା ସହିତ ଫଲ୍ସ ଫାଇରିଂ କରି ଜଣେ ଯୁବକ ଗିରଫ ହୋଇଛନ୍ତି।
ଗିରଫ ଯୁବକ ଜଣକ ହେଲେ ସେହି ଅଞ୍ଚଳର ତାପସ ବାରିକ୍। ଗତକାଲି ରାତିରେ ପୁର୍ବ ଶତ୍ରୁତାକୁ ନେଇ ତାପସ ବାରିକ୍ ମିଲନ ବାରିକକୁ ମାଡ଼ ମାରିବା ସହିତ ବନ୍ଧୁକ ବାହାର କରି ଫଲ୍ସ ଫାଇରିଂ କରିଥିଲା। ଖବରପାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସାଧା ପୋଷାକଧାରୀ ପୁଲିସ ଟିମ୍ ଗଠନ କରି ତାପସ ବାରିକକୁ କାବୁ କରିଥିଲେ। ତାପସ ପାଖରୁ ଗୋଟିଏ ବନ୍ଧୁକ ଏକ କଟୁରୀକୁ ମଧ୍ଯ ଜବତ କରିଛି ପୁଲିସ । ତେବେ ଯୁବକ ଜଣକ ଫଲ୍ସ ଫାଇରିଂ କରିବା ସମୟରେ ଭିଡ଼ିଓ ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।