ମାଲକାନଗିରି, ୨୮/୧୦ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ଫର୍ସେଗଡ଼ ଥାନା ଅଞ୍ଚଳର ପିଲୁର ଗ୍ରାମ ଜଙ୍ଗଲରେ ମାଓବାଦୀମାନଙ୍କ ଦ୍ୱାରା ନିର୍ମିତ ୨୦ଫୁଟ ଉଚ୍ଚ ମାଓ ସ୍ମାରକୀକୁ ସୁରକ୍ଷା ବାହିନୀ ଭାଙ୍ଗି ଦେଇଛନ୍ତି । ଏହି ଅପରେସନରେ ସିଆରପିଏଫର ୨୧୪ବାଟାଲିଅନ, ଡିଆରଜିର ଯବାନମାନେ ଏବଂ କୋବ୍ରା ୨୦୬ର ଯବାନଙ୍କ ମିଳିତ ଦଳ ଦ୍ୱାରା କରାଯାଇଥିଲା।

ଏହି ଅପରେସନ୍ ଜାତୀୟ ଉଦ୍ୟାନ ଅଞ୍ଚଳରେ ମାଓବାଦୀଙ୍କ ବିରୁଦ୍ଧରେ ଚାଲିଥିବା ଅପରେସନର ଏକ ଅଂଶ ଥିଲା । ସୁରକ୍ଷାବାହିନୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ମାଓ ସ୍ମାରକୀ ବିଷୟରେ ସୂଚନା ପାଇଥିଲେ ଏବଂ ପରବର୍ତ୍ତି ସମୟରେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମାଓବାଦୀଙ୍କ ବିରୁଦ୍ଧରେ ଚାଲିଥିବା ପ୍ରଭାବଶାଳୀ ଅଭିଯାନ ନିରନ୍ତର ସେମାନଙ୍କ ମନୋବଳକୁ ପ୍ରଭାବିତ କରୁଛି ।