ନୂଆଦିଲ୍ଲୀ ୧୪/୧୦: ଚୁମ୍ବନ ଦୃଶ୍ୟ ପାଇଁ ଅନେକ ବଲିଉଡ୍‌ ଫିଲ୍ମ ଅଫର୍‌ ଛାଡ଼ିଛନ୍ତି ପଞ୍ଜାବୀ ଷ୍ଟାର୍‌ ସୋନମ ବାଜୱା । ତେବେ ଆତ୍ମ ବିଶ୍ୱାସ ନୁହେଁ, ଭୟ ଓ ନିଜ ଉପରେ ସନ୍ଦେହ ଯୋଗୁ ଏହି ନିଷ୍ପତ୍ତି ନେଇଥିଲେ ବୋଲି ସୋନମ କହିଛନ୍ତି । ପଞ୍ଜାବ ଦର୍ଶକ ପରଦାରେ ତାଙ୍କ ଅନ୍ତରଙ୍ଗ ଦୃଶ୍ୟକୁ କେମିତି ଗ୍ରହଣ କରିବେ, ସେହି ଚିନ୍ତାରେ ସୋନମ ଏ ନିଷ୍ପତ୍ତି ନେଇଥିଲେ । ପଞ୍ଜାବରେ ସୋନମ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଖୁବ୍‌ ପରିଚିତ ।

ଏକ ଗଣମାଧ୍ୟମକୁ ସୋନମ କହିଛନ୍ତି, କ୍ୟାରିଅର୍‌ ଆରମ୍ଭରେ ତାଙ୍କୁ ବଲିଉଡ୍‌ ଅଫର୍‌ ମିଳିଥିଲା । ଏକାଧିକ ଫିଲ୍ମରେ ଚୁମ୍ବନ ଦୃଶ୍ୟ ଥିଲା । ପଞ୍ଜାବ ଏହାକୁ ଗ୍ରହଣ କରିବ ତ? ପରିବାର ସହିତ ଫିଲ୍ମ ଦେଖିବା ମାନସିକତା ପଞ୍ଜାବୀଙ୍କର ଥିବାରୁ ସୋନମ ଫିଲ୍ମ ସାଇନ୍‌ କରିବାକୁ ଖୁବ୍‌ ଡରିଯାଇଥିଲେ । ନିଜ ପରିବାର କଥା ମଧ୍ୟ ସେ ଚିନ୍ତା କରିଥିଲେ । ଏଭଳି ଅନେକ ଦ୍ୱନ୍ଦ୍ୱାତ୍ମକ ପ୍ରଶ୍ନ ତାଙ୍କ ମୁଣ୍ଡରେ ଥିଲା । କିନ୍ତୁ ମାତାପିତାଙ୍କ ସହ ଖୋଲା କଥା ହେବା ପରେ ସେମାନେ ରାଜି ହେଲେ । ଯଦି ଏହା ଫିଲ୍ମ ପାଇଁ କରିବାକୁ ପଡ଼ିବ, ତେବେ କିଛି ସମସ୍ୟା ନାହିଁ ବୋଲି ସେମାନେ ସୋନମଙ୍କୁ ଆଶ୍ୱସ୍ତ କଲେ । ଶେଷ ଥର ଅକ୍ଷୟ କୁମାରଙ୍କ ହାଉସ୍‌ଫୁଲ-୫ରେ ପରଦାକୁ ଆସିଥିଲେ ସୋନମ । ଆସନ୍ତା ୨୧ ତାରିଖରେ ତାଙ୍କ ଫିଲ୍ମ ଏକ୍‌ ଦିୱାନେ କୀ ଦିୱାନୀୟତ୍‌ମୁକ୍ତିଲାଭ କରିବ, ଯାହାକୁ ସେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।