ଜୋହାନ୍ସବର୍ଗ ୦୨/୧୦: ଦକ୍ଷିଣ ଆଫ୍ରିକା ଦଳ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି-ଟ୍ୱେଣ୍ଟି ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ନଜରରେ ରଖି କ୍ରୀଡ଼ାସୂଚୀ ପରିବର୍ତ୍ତନ କରାଯାଇଛି । ୫ଟି ମ୍ୟାଚ୍‌ ପରିବର୍ତ୍ତେ ୩ଟି ଟିଟ୍ୱେଣ୍ଟି ଖେଳାଯିବ ।

ନୂଆ ସୂଚୀ ଅନୁଯାୟୀ ଆଗାମୀ ଜାନୁଆରୀ ୨୭, ୨୯,  ୩୧ ତାରିଖରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ । ସେହିପରି ୧୯ବର୍ଷରୁ କମ୍‌  ଦକ୍ଷିଣ ଆଫ୍ରିକା ଦଳ ଘରୋଇ ମାଟିରେ ଭାରତ ବିପକ୍ଷରେ ୩ଟି ଦିନିକିଆ  ଖେଳିବ । ଏହି ମ୍ୟାଚ୍‌ ଜାନୁଆରୀ ୩ରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।