ଭୁବନେଶ୍ୱର ୧୧/୧୦: ୧୨ ତାରିଖ ରବିବାର ଅନୁଗୁଳ,ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି,ମୟୂରଭଞ୍ଜ, ପୁରୀ,ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲା ସହିତ ସମସ୍ତ ମହାନଗର ନିଗମ ଅଞ୍ଚଳ ମାନଙ୍କରେ ‘ପୋଲିଓ ଦିବସ ' ଅନୁଷ୍ଠିତ ହେବ । ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ପୋଲିଓ ଦିଆଯିବ । ଦେଶରୁ ପୋଲିଓ ସମ୍ପୂର୍ଣ୍ଣ ନିରାକରଣ ହେବ । ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।