ପୁରୀ, ୪।୫ : ଡକାୟତି ଯୋଜନା କରୁଥିବା ବେଳେ ପୁରୀ ପୋଲିସ ହାତରେ ଧରାପଡିଲେ ଅଭିଯୁକ୍ତ। ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ସେମାନଙ୍କ ନିକଟରୁ ଚାରୋଟି ହାତ ତିଆରି ଅଫୁଟା ବୋମା, ଛୁରୀ, ଲୁହା ରଡ୍ ଏବଂ ରସି ଜବତ କରିଛି ଚନ୍ଦନପୁର ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସନ୍ତୋଷ କୁମାର ସାହୁ, କାଳନ୍ଦୀ ଦେଓ।

ମୁଖ୍ୟ ଅଭିଯୁକ୍ତ ନିଲୁ ବରାଳ ସହିତ ପାଞ୍ଚଜଣ ଅଭିଯୁକ୍ତ ବିଭିନ୍ନ ମାରଣାସ୍ତ୍ର ଓ ବୋମା ଧରି ଡକାୟତି ଯୋଜନା ପାଇଁ ଗତକାଲି ବିଳମ୍ବିତ ରାତିରେ ଯୋଜନା କରୁଥିଲେ। ଚନ୍ଦନପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ତିନି ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଧରିଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ସେହି ସମୟରେ ଅଭିଯୁକ୍ତ ନିଲୁ ବରାଳ ଜଣେ ପୋଲିସ କର୍ମଚାରୀ ଙ୍କୁ ଛାତ ଉପରୁ ଠେଲି ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଫଳରେ ଅଭିଯୁକ୍ତ ନିଜେ ଆହତ ହୋଇଥିବା ବେଳେ ତା'ର ଏବେ ଚିକିତ୍ସା ଜାରି ରହିଛି। ଖୁବଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

​​​​​​​ଆହୁରି ପଢନ୍ତୁ : ଶିଶୁ ଅଧିକାର ସୁରକ୍ଷାକୁ ମଜବୁତ କରିବା ପାଇଁ ପଦକ୍ଷେପ, ମେ ୬ ରୁ ଆରମ୍ଭ ହେବ ଶିଶୁ ଶ୍ରମିକ ମୁକ୍ତ ଅଭିଯାନ