ଭୁବନେଶ୍ବର: ଭାରତର ସବୁଠାରୁ ବିଶ୍ବସ୍ତ ଅଳଙ୍କାର ବ୍ରାଣ୍ଡ୍ ତନିସ୍କ ନିଜ ଗ୍ରାହକମାନଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଭାରତର ସବୁ ଷ୍ଟୋରରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ମିଳୁଥିବାବେଳେ ଖାସ୍ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଏହି ନୂତନ ଅଫର୍ ଆଣିଛି ତନିସ୍କ।

ଯେଉଁଥିରେ ପ୍ରଥମଟି ସୁନା ବୁକିଂ ସହ ଜଡ଼ିତ। ଯଦି ଗ୍ରାହକ ପାର୍ବଣ ଅଫର୍ ସମୟରେ ଯେକୌଣସି ଦିନ ତନିସ୍କରୁ ସୁନା ବୁକିଂ କରୁଛନ୍ତି, ତେବେ ସେହିଦିନ ସୁନାର ମୂଲ୍ୟର ଯାହା ରହିଥିବ, ସେହି ଦର ହିସାବରେ ହିଁ ସେ ପରବର୍ତ୍ତୀ ସମୟରେ ସୁନା କିଣିପାରିବେ। 

ଏହା ବ୍ୟତୀତ ପୁରୁଣା ସୁନା ଦେଇ ନୂଆ ସୁନା ନେବା ପାଇଁ ଏକ୍ସଚେଞ୍ଜ ଅଫର ମଧ୍ୟ ଚାଲିଛି। ସର୍ବନିମ୍ନ ୯ କ୍ୟରେଟ ସୁନା ବଦଳାଇ ୧୮ କିମ୍ବା ୨୨ କ୍ୟାରେଟ ସୁନା ନେଇପାରିବେ ଗ୍ରାହକ। ଖାଲି ସେତିକି ନୁହେଁ ଗ୍ରାହକମାନେ ଏବେ ସୁନା ଅଳଙ୍କାର ଉପରେ ପ୍ରତି ଗ୍ରାମରେ  ୪୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ଏବଂ ହୀରା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ତେବେ ଏହି ଅଫର ଆସନ୍ତା ଅକ୍ଟୋବର ୨୧ ତାରିଖ ଯାଏ ବୌଧ ରହିବ।

​​​​​​​​​​​​​​

ତନିସ୍କର ସବୁ ଷ୍ଟୋରଗୁଡ଼ିକରେ ଚମତ୍କାର ସୁନା, ଚମତ୍କାର ହୀରା, ଏବଂ ଜଟିଳ କୁନ୍ଦନ ଏବଂ ପୋଲ୍ମି ଖଣ୍ଡ ସମେତ ପ୍ରତୀକାମୁକ ତନିଷ୍କ ଅଳଙ୍କାର ଡିଜାଇନର ବ୍ୟାପକ ସଂଗ୍ରହ ରହିଛି। ବ୍ରାଣ୍ଡ୍ର ଅଫର ବିଷୟରେ, ତନିସ୍କର ସର୍କଲ୍ ବ୍ୟବସାୟ ପରିଚାଳକ ଅରିନ୍ଦମ୍ ପ୍ରାମାଣିକ କହିଛନ୍ତି, “ତନିସ୍କରେ, ଆମେ ବିଶ୍ୱାସ କରୁ ଯେ, ସୁନା କେବଳ ସମୃଦ୍ଧିର ପ୍ରତୀକ ନୁହେଁ ବରଂ ପିଢି ପରେ ପିଢ଼ି ଧରି ଆସୁଥିବା ବିଶ୍ୱାସର ଏକ ଐତିହ୍ୟ।’’