କେନ୍ଦୁଝର ସଦର ୨୮/୯(ଆପ୍ର): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ ମା’ ତାରିଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ବାଂଶପାଳ ଦଳ ଚମ୍ପିୟାନ ହୋଇଛି। ମା’ ତାରିଣୀ ସ୍ପୋଟିଂ କ୍ଲବ୍ ଆନୁକୂଲ୍ୟରେ ୨୫ତମ ତ୍ରିଦିବସୀୟ ୩୨ ଦଳୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମିନୀ ଷ୍ଟାଡିୟମ୍ ଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା। ଶନିବାର ଉଦଯାପିତ ଦିବସର ଫାଇନାଲ ମ୍ୟାଚ ଜୟ ଦୁର୍ଗା (ବାଂଶପାଳ)ଏବଂ ଜୟ ଜଗନ୍ନାଥ ( ଶଙ୍କରାପଶି)ମଧ୍ୟରେ ହୋଇଥିଲା ଏଥିର ବାଂଶପାଳ ୦-୧ ଗୋଲରେ ବିଜୟୀ ହୋଇ ଚଳିତ ବର୍ଷ ଚାମ୍ପିଅନ ହୋଇଛି।
ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଉପସଭାପତି ଗୋପୀନାଥ ରାମ ଯୋଗ ଦେଇ କହିଥିଲେ ଖେଳ ହେଉଛି ସୁନ୍ଦର ସ୍ବାସ୍ଥ୍ୟ ଗଠନ କରିବା ସହ ଭାଈଚାରା ସୃଷ୍ଟି କରେ। ଆଜିର ଯୁବ ବର୍ଗ ଖେଳ ପ୍ରତି ରୁଚି ରଖିଲେ ଦିନେ ଦେଶ ଜାତିର ସୁନାମ ଅର୍ଜନ କରିପାରିବ। ସମ୍ମାନୀତ ଅତିଥି ଭାବେ ଗୋନାଶିକା ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ଜୁଆଙ୍ଗ, ଯୁବ ନେତା ଚନ୍ଦନ କୁମାର, ନାଏବ ସରପଞ୍ଚ ମଧୁସୂଦନ ପଲେଇ, ପୂର୍ବତନ ସରପଞ୍ଚ ପର୍ଶୁରାମ ନାଏକ, ବିଜେପି ଯୁବ ନେତା ସଦାନଦା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଚାମ୍ପିଅନ ଦଳକୁ ନଗଦ ୩୦ ହଜାର ରାଶି ସହିତ ବଡ଼ ଛେଳି ଖାସି ଏବଂ ରନର୍ସଅଫ ଦଳକୁ ନଗଦ ୨୦ ହଜାର ରାଶି ସହିତ ବଡ଼ ଛେଳି ଖାସି ପ୍ରଦାନ କରିଛନ୍ତି ଅତିଥି ଗଣ ।
ଖେଳରେ ରେଫରୀ ଭାବେ ସନ୍ତୋଷ କୁମାର ମହାକୁଡ ଏବଂ ତାଙ୍କ ସହଯୋଗୀଙ୍କ ଦ୍ଵାରା ଖେଳ ପରିଚଳନା କରିଥିଲେ। ଅରୁଣ କୁମାର ମହାନ୍ତ ଏବଂ କୁତୁଲ ସୋରେନ୍ ଦିନ୍ଦୀ, ଇଂରାଜୀ ଏବଂ ଓଡ଼ିଆରେ ଧାରାବିବରଣୀ ପ୍ରଦାନ କରିଛନ୍ତି। ଖେଳ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ।ମା’ ତାରିଣୀ ସ୍ପୋଟିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ପ୍ରଦୀପ କୁମାର ବେହେରା ସମ୍ପାଦକ ଦୀପକ କୁମାର ପାତ୍ର, ସଦସ୍ୟ ଅର୍ଜୁନ ନାଏକ, ଅନିଲ କୁମାର ପାତ୍ର, ହୃଷୀକେଶ ପାତ୍ର, ଚିନ୍ତାମଣି ନାଏକ, ଦୀପକ କୁମାର ବେହେରା, ପ୍ରଫୁଲ୍ଲ ବେହେରା, ମହେଶ୍ୱର ବେହେରା, ନବୀନ ନାଏକ , ପ୍ରଶାନ୍ତ କୁମାର ବେହେରା, ସନାତନ ସାହୁ, ବାବୁଲା ସେଠୀ, ସନାତନ ସେଠି, ଦେବୁ ବେହେରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।