ଭୁବନେଶ୍ୱର ୦୨/୧୦: ଶାରଦୀୟ ଦୁର୍ଗା ପୂଜା ଓ ପବିତ୍ର ବିଜୟ ଦଶମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ମା' ଦୁର୍ଗା ଆମ ପାଇଁ ଶକ୍ତି ଓ ସୁରକ୍ଷାର ନିଦର୍ଶନ। ସମାଜରେ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ହେଉଛି ଶକ୍ତି, ସାହସ ଓ ନୈତିକ ବିଜୟର ପ୍ରତୀକ। 

 

ସେ ଲେଖିଛନ୍ତି ଯେ, ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର 'ବିଜୟା ଦଶମୀ' ତଥା 'ଦଶହରା' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜଗଜ୍ଜନନୀ, ଦୁର୍ଗତି ନାଶିନୀ, ମା’ଦୁର୍ଗା ଆପଣଙ୍କୁ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ ।

 

ପବିତ୍ର ବିଜୟା ଦଶମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। କରୁଣାମୟୀ ମା' ଦୁର୍ଗାଙ୍କଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ।