ସୁନ୍ଦରଗଡ଼,୩/୧୦ : ସୁନ୍ଦରଗଡ଼ ହେମଗିରି ଥାନା ଅନ୍ତର୍ଗତ ଝୁମ୍ପୁରୁଙ୍ଗା ଗାଁରେ ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ଭାଇ । ସାନ ଭଇ ପୋଖରୀ ବୁଡ଼ି ଯାଉଥିବା ଦେଖି ବଡ଼ ଭାଇ ବଞ୍ଚାଇବାକୁ ଯାଇ ବୁଡ଼ି ଯାଇଥିଲା ।  ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରିଛି ।

ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଗ୍ରାମର ଚିତ ମାକର  ଓ ଦେବାଶିଷ ମାକର  ତାଙ୍କ ଘରଠୁ ଅନତି  ଦୂରରେ ଥିବା ଗାଁ ପୋଖରୀକୁ ଗୋଧୋଇବାକୁ ଯାଇଥିଲେ । ଗୋଧୋଇବା ସମୟରେ ଦେବାଶିଷ ଗଭୀର ପାଣିରେ ବୁଡି ଯାଉଥିବା ଦେଖି ବଡ ଭାଇ ଚିତ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ସେ ତାଙ୍କୁ ଉଦ୍ଧାର କରି ନ ପାରି ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ସେମାନଙ୍କୁ ଖୋଜା ଖୋଜି କରି ବିଫଳ ହେବା ପରେ ପୁଲିସକୁ ଜଣାଇଥିଲେ । ହେମଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଦମକଳବାହିନୀ ସହାୟତାରେ ରାତି ପ୍ରାୟ ୧୦ଟାରେ  ୨ ଭାଇଙ୍କ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। 

​​​​​​​