ଭୂବନେଶ୍ୱର, ୫/୯: ଅନୁଷ୍ଠିତ ହୋଇଛି ସୋଆର ଇନିଷ୍ଟିଟ୍ୟୁଟ୍ ଅଫ ଡେଣ୍ଟାଲ ସାଇନ୍ସେସର ବାର୍ଷିକ ଉତ୍ସବ VIBGYOR 2025 ଭିବଗ୍ୟର ଟି ରଙ୍ଗ କୁ ବୁଝାଏ । ତେଣୁ ଏହି ଥିମ ନେଇ ପ୍ରଥମ ଥର ପାଇଁ ଦିନ ପର୍ଯ୍ୟନ୍ତ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। ଆଜି ପଞ୍ଚମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲନ୍ତାକାଲିର ଷଷ୍ଠ ଦିନରେ ଷ୍ଟାର ନାଇଟ୍ସ କାର୍ଯ୍ୟକ୍ରମ ରହିଛି।

ଆଇଡିଏସ ଛାତ୍ରଛାତ୍ରୀ ଏକ ଭଲ ଡେଣ୍ଟିସ୍ଟ ହେବା ସହ ତାଙ୍କ ଭିତରେ ଅନେକ ପ୍ରତିଭା ମଧ୍ୟ ରହିଛି । ଏହି ପ୍ରତିଭାକୁ ପ୍ରଦର୍ଶିତ କରିବା ପାଇଁ ବାର୍ଷିକ ଉତ୍ସବ ଏକ ମାଧ୍ୟମ। ଆଜିର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ, ରାମ୍ପ ଭଳି ଭିନ୍ନ ପ୍ରତିଭାକୁ ଦେଖଇଛନ୍ତି । ଆଜି ଗୁରୁ ଦିବସ ଥିବାରୁ ଛାତ୍ରଛାତ୍ରୀ ମାନେ କେକ କାଟି ନିଜ ଗୁରୁଙ୍କୁ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଆସନ୍ତାକାଲି ଷ୍ଟାର ନାଇଟ୍ସ କାର୍ଯ୍ୟକ୍ରମ ରହିଛି ।