ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା

Published By : Harapriya Sethi | February 14, 2025 1:07 PM

ଭୁବନେଶ୍ୱର,୧୪/୦୨: ଗିରଫ ହେଲେ କୋଟପାଡ଼ ବ୍ଲକ ବତାସନା ପଞ୍ଚାୟତ ଆଡିସନାଲ ଡାଟା ଏଣ୍ଟ୍ରି ଅପରେଟର ଏସ୍‌ .ପାର୍ଥ ସାରଥୀ ବିଶୋୟୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । କୋରାପୁଟ ବୋରିଗୁମ୍ମା ଅଞ୍ଚଳର ୭ଟି ସ୍ଥାନରେ ଅକକାଳୀନ ଚଢାଉ କରାଯାଇଥିବା ବେଳେ ଶୁକ୍ରବାର ADEO ଏସ୍‌ .ପାର୍ଥ ସାରଥୀ ବିଶୋୟୀଙ୍କୁ ଗିରଫ କରିଛି ଭିଜିଲାନ୍ସ । 

ଏହି ଚଢାଉ ବେଳେ ଚଢାଉ ବେଳେ ୩ଟି କୋଠା, ୭୩ ଲକ୍ଷ ୮୭ ହଜାର ଟଙ୍କା  ମୂଲ୍ୟର ୧୬ଟି ପ୍ଲଟ୍‌, ବୋରିଗୁମ୍ମା ଚମ୍ପିଆରେ  ୮୫୦୦ ବର୍ଗଫୁଟର କାଜୁ ପ୍ରୋସେସିଂ ୟୁନିଟ ସହ ୨୮୫ ଗ୍ରାମ୍ ସୁନା, ୭୦୬ ଗ୍ରାମ ରୂପା ଅଳଙ୍କାର, ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଛି । ଏହା ସହ ୨ଟି କଂକ୍ରିଟ ମିକ୍ସଚର ମେସିନ, ୨ଟି ଧାନକଟା ମେସିମ, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଜବତ କରିବା ସହ ୩ଟି ଦୁଇ ଚକିଆ ଯାନ, ୧୯ ଲକ୍ଷ ଟଙ୍କାର ବୀମା, ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ ।

କହିରଖୁ କି, ଗୁରୁବାର ସକାଳୁ କୋଟପାଡ ବ୍ଳକ ବତାସନା ଜି.ପି. ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ଏସ୍‌ ପାର୍ଥ ସାରଥୀ ବିଶୋୟୀଙ୍କ ଘରେ ପଶି ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିଲା । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଜୟପୁର ଭିଜିଲାନ୍ସ ଟିମ୍ । ଏନେଇ ମାନ୍ୟବର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ୨ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୬ ଜଣ ଇନସ୍ପେକ୍ଟର, ୬ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୮ରେ ଶ୍ରୀ ବିଷୋୟୀ  ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ଭାବେ  ବିଭିନ୍ନ ପଞ୍ଚାୟତରେ କାମ କରୁଥିଲେ । ପଦୋନ୍ନତି  ପରେ ୬ ମାସ ତଳେ କୋଟପାଡ଼ ବ୍ଲକ ବତାସନା  ପଞ୍ଚାୟତରେ ଆକାଉଣ୍ଟାଣ୍ଟ୍‌ ତଥା ଡାଟା ଏଣ୍ଟ୍ରି ଅପରେଟର  ଭାବେ ସ୍ଥାୟୀ ନିଯୁକ୍ତି ପାଇଥିଲେ । କମ୍‌ ଦରମାରେ  ସେ କିପରି କୋଟିକୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ଯେଉଁ ଯେଉଁ  ସ୍ଥାନରେ କାମ କରିଛନ୍ତି ସେଠାର ଉନ୍ନୟନ କାର୍ଯ୍ୟର  ତଦନ୍ତ କରାଗଲେ ହୋଇଥିବା ଦୁର୍ନୀତି ଧରାପଡ଼ିବ  ବୋଲି ସାଧାରଣରେ ଆଲୋଚନା ହେଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.